Breaking PLUSଖେଳମୁଖ୍ୟ ଖବର

ପ୍ରଥମ ଥର ଟପ୍ ଟେନରେ ନାହାନ୍ତି କୋହଲି

ନୂଆଦିଲ୍ଲୀ: ଗତ ୬ ବର୍ଷ ପରେ ପ୍ରଥମ ଥର ଟପ୍ ଟେନରେ ନାହାନ୍ତି କୋହଲି । ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟପ୍‌ ଟେନ୍‌ରେ ନାହିଁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାଁ। ବର୍ମିଂହାମର ଏଜବାଷ୍ଟନରେ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଟେଷ୍ଟ ମ୍ୟାଚ୍ ପରେ ପ୍ରକାଶ ପାଇଥିବା ଏହି ତାଲିକାରେ ୧ ନମ୍ବର ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଜୋ ରୁଟ୍‌। ସେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ୧୧ ନମ୍ବର ସ୍ଥାନରେ ଥିବା ଇଂଲଣ୍ଡର ଜନ୍ନି ବେୟାରଷ୍ଟୋଙ୍କ ରାଙ୍କିଙ୍ଗରେ ଉନ୍ନତି ହୋଇଛି। ସେ ୧୦ ନମ୍ବର ସ୍ଥାନକୁ ଉଠିଛନ୍ତି। ସୂଚନାଯୋଗ୍ୟ, ଏଜବାଷ୍ଟନ ମ୍ୟାଚ୍ ଇଂଲଣ୍ଡ ଜିତିଥିବା ବେଳେ ଏଥିରେ ହିରୋ ଥିଲେ ଜୋ ରୁଟ୍ ଓ ଜନ୍ନି ବେୟାରଷ୍ଟୋ। ଭାରତର ଋଷଭ ପନ୍ତ ଏଜବାଷ୍ଟନରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିଥିବା ବେଳେ ତାଙ୍କ ଟେଷ୍ଟ ରାଙ୍କିଙ୍ଗରେ ଉନ୍ନତି ଘଟିଛି। ଟେଷ୍ଟ କ୍ୟାରିୟରେ ପ୍ରଥମ ଥର ପାଇଁ ସେ ଟେଷ୍ଟ ରାଙ୍କିଙ୍ଗରେ ୫ମ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଥିବା ବିରାଟ କୋହଲି ଟପ୍ ଟେନ୍‌ରୁ ଖସି ଯାଇଛନ୍ତି।

Show More

Related Articles

Back to top button