Breaking PLUSଓଡ଼ିଶାମୁଖ୍ୟ ଖବର

ଲିଫ୍ଟରେ ଚାପି ହୋଇ ମହିଳାଙ୍କ ମୃତ୍ୟୁ

ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟରେ ଚାପିହୋଇ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ ନରସିଂହପୁର ଗ୍ରାମର ମୀନତି ପରିଡା। ଶ୍ୱାସ ଓ ଥାଇରଏଡ଼ ସମସ୍ୟା ଥିବାରୁ ଗୁରୁବାର ସେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆସିଥିଲେ। ବହିର୍ବିଭାଗରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରାଇଥିଲେ। ତାଙ୍କୁ ମହିଳା ମେଡିସିନ ୱାର୍ଡକୁ ଷ୍ଟ୍ରେଚର ଯୋଗେ ଲିଫ୍ଟରେ ନିଆ ଯାଉଥିବାବେଳେ ହଠାତ ଲିଫ୍ଟ ଡୋରରେ ମହିଳା ଜଣକ ଚାପି ହୋଇଯାଇଥିଲେ। ସୌଭାଗ୍ୟବଶତଃ ତାଙ୍କ ପିଲା ଦୁଇ ଜଣ ଦୌଡ଼ି ପଳାଇ ଆସିଥିଲେ। ତେବେ ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ୫ ଘଣ୍ଟା ପରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ହସ୍ପିଟାଲ୍‌ ଲିଫ୍ଟରେ ମହିଳାଙ୍କ ମୃତ୍ୟୁ ଘଟଣାରେ ୮ ଲକ୍ଷ ଟଙ୍କା ସହାୟତା ରାଶି ଗୁରୁବାର ଘୋଷଣା କରାଯାଇଛି। ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ।

Show More

Related Articles

Back to top button