Breaking PLUSଦେଶମୁଖ୍ୟ ଖବର
ମକର ସଂକ୍ରାନ୍ତି ଅବସରରେ ଗଙ୍ଗାରେ ବୁଡ ପକାଇଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ
ବାରଣାସୀ, 15 ଜାନୁୟାରୀ – 77 ବର୍ଷ ପରେ ଆସିଥିବା ବରିୟାନ ଓ ରବି ଯୋଗର ଦୁର୍ଲଭ ସଂଯୋଗରେ ମକର ସଂକ୍ରାନ୍ତ ପର୍ବ ଅବସରରେ ସୋମବାର ଧର୍ମନଗରୀ କାଶୀରେ ପ୍ରବଳ ଶୀତ ସତ୍ତ୍ୱେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପତିତପାବନୀ ଗଙ୍ଗାନଦୀରେ ଆସ୍ଥାର ବୁଡ ପକାଇଛନ୍ତି । ସ୍ନାନ ପରେ ଗଙ୍ଗାଘାଟରେ ବିରି, କଳାରାଶି, ତେଲ, କଳାବସ୍ତ୍ର, ଲୁହା, କଳାଛତା, ଚଣା ଡାଲି, ହଳଦିଆ, ଲାଲ କଳା ଓ ସବୁଜ ବସ୍ତ୍ର, ହଳଦୀ, ହଳିଦିଆ ଫୁଲ ଫଳ, ଲାଲ ଚନ୍ଦନ, ଗହମ, ଗୁଡ, ତମ୍ବା, ସସୁର ଘିଅ ଆଦି ଦାନ କରିଛନ୍ତି ଶ୍ରଦ୍ଧାଳୁ । ଏହାପରେ ଭକ୍ତମାନେ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ କରିଛନ୍ତି । ଶ୍ରଦ୍ଧାଳୁଙ୍କ ବୁଡ ପାଇଁ ଦଶାଶ୍ୱମେଧ ଘାଟରୁ ଆରମ୍ଭ କରି ଗୋଦୋଲିୟା ପର୍ଯ୍ୟନ୍ତ ସବୁଠୁ ଗହଳିଚହଳି ଲାଗିରହିଛି । ଏଥିପାଇଁ ଘାଟ ଓ କାଶୀ ବିଶ୍ୱନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି ।