Breaking PLUSଆଇନ କାନୁନଦେଶମୁଖ୍ୟ ଖବର

ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ କଲକାତା ଉଚ୍ଚ ନ୍ୟାୟାଳୟରେ ଓକିଲ ଭୂମିକାରେ ମମତା ବାନାର୍ଜୀ

କୋଲକାତା: ସମ୍ପ୍ରତି ସମାପ୍ତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଘଟିଥିବା ହିଂସାକାଣ୍ଡ ସମ୍ବନ୍ଧୀୟ ଜନସ୍ୱାର୍ଥ ମାମଲାର ଶୁଣାଣି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କଲକାତା ଉଚ୍ଚ ନ୍ୟାୟାଳୟରେ ଓକିଲ ଭାବେ ଉପସ୍ଥିତ ହୋଇଥିଲେ।

ମୁଖ୍ୟ ବିଚାରପତି ସୁଜୟ ପଲ ଓ ବିଚାରପତି ପାର୍ଥ ସାରଥୀ ସେନଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ମାମଲାଟି କଲକାତା ଉଚ୍ଚ ନ୍ୟାୟାଳୟର ଓକିଲ ସିରସନ୍ୟା ବାନାର୍ଜୀ ଦାଖଲ କରିଥିଲେ।

ମମତା ବାନାର୍ଜୀ ପାରମ୍ପରିକ କଳା ଓକିଲ ପୋଷାକ ଓ ଧଳା କଲାର ପିନ୍ଧି ନ୍ୟାୟାଳୟରେ ପହଞ୍ଚିଥିଲେ। ଏହା ପୂର୍ବରୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ଏକ ମାମଲାର ଶୁଣାଣି ସମୟରେ ଉପସ୍ଥିତ ହୋଇଥିଲେ, କିନ୍ତୁ ସେତେବେଳେ ଓକିଲ ଭାବେ ଯୁକ୍ତି ରଖିନଥିଲେ।

ସମ୍ପ୍ରତି ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ଭବାନୀପୁର ଆସନରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ। ପରେ ରାଜ୍ୟପାଳ ଆର.ଏନ୍. ରବି ବିଧାନସଭାକୁ ଭଙ୍ଗ କରିଦେବା ସହ ପୂର୍ବତନ ମନ୍ତ୍ରିମଣ୍ଡଳ ମଧ୍ୟ ବିଲୁପ୍ତ ହୋଇଥିଲା।

Show More

Related Articles

Back to top button