Breaking PLUSଓଡ଼ିଶାନିଯୁକ୍ତିମୁଖ୍ୟ ଖବରଶିକ୍ଷା

ମେ ୨୯ରେ ଓଟିଇଟି ପରୀକ୍ଷା, ୨୬ରୁ ଆବେଦନ ଆରମ୍ଭ

ବର୍ଷ ୨୦୨୬ ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଆସନ୍ତା ମେ ୨୯ ତାରିଖରେ ଅନୁଷ୍ଠିତ ହେବ। ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ପ୍ରାର୍ଥୀମାନେ ମାର୍ଚ୍ଚ ୨୬ ତାରିଖରୁ ଅନଲାଇନ୍‌ ଆବେଦନ କରିପାରିବେ ଏବଂ ଏପ୍ରିଲ୍‌ ୯ ପର୍ଯ୍ୟନ୍ତ ଆବେଦନ ଅବଧି ରହିଛି।

ଏହି ପରୀକ୍ଷାରେ ଇନ୍‌-ସର୍ଭିସ୍‌ ଶିକ୍ଷକ ଓ ନୂତନ ପ୍ରାର୍ଥୀ ଉଭୟେ ଆବେଦନ କରିପାରିବେ। ଏକା ଦିନରେ ଦୁଇଟି ପେପର ହେବ; ପେପର–୧ ସକାଳ ୯ଟାରୁ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ଏବଂ ପେପର–୨ ଅପରାହ୍ନ ୨ଟାରୁ ୪ଟା ୩୦ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୧୫୦ ମାର୍କ ବିଶିଷ୍ଟ ପରୀକ୍ଷାଟି OMR ପ୍ରଣାଳୀରେ ହେବ।

ଏପ୍ରିଲ୍‌ ୧୫ ତାରିଖରେ ପ୍ରାର୍ଥୀମାନେ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ପୂର୍ବବର୍ଷମାନଙ୍କ ପରି ଏହି ବର୍ଷ ମଧ୍ୟ ପରୀକ୍ଷାକୁ ଶାନ୍ତି ଓ ଶୃଙ୍ଖଳାର ସହିତ ଅନୁଷ୍ଠାନ କରାଯିବ।

Show More

Related Articles

Back to top button