Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀ ପ୍ରତିଷ୍ଠା ଦିବସରେ ମେୟର-ସାଂସଦ ମୁହାଁମୁହିଁ

ଭୁବନେଶ୍ୱର, 13 ଏପ୍ରିଲ  – ରାଜଧାନୀ ପ୍ରତିଷ୍ଠା ଦିବସରେ ପୂର୍ବ ସରକାରଙ୍କୁ ସମାଲୋଚନା କରିଛନ୍ତି ସାଂସଦ। ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ, ଦିନ ଥିଲା, ଭୁବନେଶ୍ୱର ସାଂସଦଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ମୋତେ ନିମନ୍ତ୍ରଣ କରାଯାଇନଥିଲା। ଆଜି ବେଶ ଆଦରର ସହ ମୋତେ ନିମନ୍ତ୍ରଣ କରାଯାଇଛି। ଆଉ ମୁଁ ଉତ୍ସାହର ସହ ଏ କାର୍ଯ୍ୟକ୍ରମରେ ଯୋଗ ଦେଇଛି।

ପୂର୍ବ ସରକାରଙ୍କୁ ସାଂସଦଙ୍କ ସମାଲୋଚନାର ଉତ୍ତର ରଖିଛନ୍ତି ମେୟର ସୁଲୋଚନା ଦାସ। ସେ କହିଛନ୍ତି, ଅତ୍ୟନ୍ତ ଦୁଃଖର କଥା। ମୁଁ  ଯେବେଠୁ ମେୟର ହୋଇଛି, ସବୁବର୍ଷ ତାଙ୍କୁ ନିମନ୍ତ୍ରଣ ପତ୍ର ଯାଇଛି। କୁହା ମଧ୍ୟ ହୋଇଛି। ସେ ଅଲଗା କାମରେ ବ୍ୟସ୍ତ ଥାନ୍ତି ଆସିପାରନ୍ତିନି। ମୁଁ ମଧ୍ୟ ତାଙ୍କ ସହ ଫୋନରେ କଥା ହୋଇଥିଲି। କାର୍ଯ୍ୟବ୍ୟସ୍ତତା ଯୋଗୁଁ ହୁଏତ ସେ ଆସିପାରିନଥିବେ। ଆଜିର ଦିନରେ ଏଭଳି କହିବା ଆଦୌ ଠିକ୍ ନୁହେଁ। ସେ ହେଉଛନ୍ତି ଭୁବନେଶ୍ୱର ସାଂସଦ। ଯେଉଁଠି ଥିଲେ ବି ଭୁବନେଶ୍ୱରକୁ ପ୍ରାଥମିକତା ଦେବା ଦରକାର। ପ୍ରତିଷ୍ଠା ଦିବସରେ ଯୋଗଦେବାର ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି ।

Show More

Related Articles

Back to top button