Breaking PLUSଓଡ଼ିଶାମୁଖ୍ୟ ଖବର

ଗତ ସରକାରରେ ଲକ୍ଷ୍ମୀ ବସ୍‌ରେ କ୍ଷତି ହେବା କଥା ସାମ୍ନାକୁ ଆସିଥିଲା- ମନ୍ତ୍ରୀ

ଭୁବନେଶ୍ୱର, 31 ମେ-  ଲଷ୍ମୀ ବସ୍‌ରେ ଅର୍ଥ ହେରଫେର ନେଇ AGଙ୍କ ରିପୋର୍ଟରେ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ ନେବୁ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।

ସେ କହିଛନ୍ତି ଯେ, ଗତ ସରକାରରେ ଲକ୍ଷ୍ମୀ ବସ୍‌ରେ କ୍ଷତି ହେବା କଥା ସାମ୍ନାକୁ ଆସିଥିଲା । ଏବେ ୧୪୨୨ ବସ୍‌କୁ ମୁଖ୍ୟମନ୍ତ୍ରୀ ସେବା ନାମରେ ରି ରୁଟିଂ କରି ଚଲାଯାଉଛି । ଆମ ସରକାର ଅର୍ଥକୁ ସଠିକ ଢଙ୍ଗରେ ବ୍ୟବହାର କରିଛନ୍ତି । ଆମ ସରକାରରେ ଅର୍ଥ ହେରଫେର ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଲୋକଙ୍କୁ ସୁବିଧାଜନକ ବସ୍ ସେବା ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସଆରଟିସି)କୁ ପାଣ୍ଠି ଦେଉଛନ୍ତି। ତେବେ କ୍ରମାଗତ ଭାବେ କ୍ଷତି ସହି ଚାଲିଥିବା ରାଜ୍ୟ ସରକାରଙ୍କ ଏହି ପ୍ରମୁଖ ନିଗମ ଗତ ୩ ବର୍ଷରେ ହଜାରେ କୋଟି ଟଙ୍କା ଖର୍ଚ୍ଚ ନ କରି ବ୍ୟାଙ୍କରେ ପକାଇ ରଖିଛି। ଓଡ଼ିଶା ମହାଲେଖାକାରଙ୍କ ତଦନ୍ତରୁ ଏହା ଜଣାପଡ଼ିବା ପରେ ନିଗମକୁ ଜବାବ ତଲବ କରିଛି ପରିବହନ ବିଭାଗ। ମୁଖ୍ୟମନ୍ତ୍ରୀ ବସ୍ ସେବା (ଲକ୍ଷ୍ମୀ ବସ୍) ନିମନ୍ତେ ରାଜ୍ୟ ସରକାର ପ୍ରଥମ ତିନିବର୍ଷ ଲାଗି ୩୧୭୮ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥିରୁ ୨୦୨୩-୨୪ରୁ ୨୦୨୫-୨୬ ମଧ୍ୟରେ ଓଏସଆରଟିସିକୁ ମୋଟ ୨୮୦୬ କୋଟି ଟଙ୍କା ଦିଆଯାଇଥିଲା। ସେଥିମଧ୍ୟରୁ ୨୦୨୩-୨୪ରେ ଓଏସଆରଟିସିକୁ ସରକାର ୬୫୬ କୋଟି ଟଙ୍କା ଦେଇଥିଲେ। ସେଥିରୁ ୧୫୩ କୋଟି ଟଙ୍କା ବ୍ୟୟ ହେଲା ନାହିଁ। ସେହିପରି ୨୦୨୪-୨୫ରେ ନିଗମ ପାଇଥିବା ୧୦୮୫ କୋଟି ଟଙ୍କାରୁ ୩୬୯ କୋଟି ଟଙ୍କା ଏବଂ ୨୦୨୫-୨୬ରେ ପାଇଥିବା ୧୦୬୫ କୋଟି ଟଙ୍କାରୁ ୪୭୮ କୋଟି ଟଙ୍କା ବ୍ୟୟ ହୋଇନାହିଁ। କ୍ରମାଗତ ଭାବେ ବଜେଟ ପାଣ୍ଠି ବିନିଯୋଗ ହେଉ ନ ଥିବା ବେଳେ ପୁନର୍ବାର କ’ଣ ପାଇଁ ଓଏସଆରଟିସିକୁ ପାଣ୍ଠି ଦିଆଯାଉଛି ତାହା ମହାଲେଖାକାର ଜାଣିବାକୁ ଚାହିଁଛନ୍ତି।

Show More

Related Articles

Back to top button