ଓଡ଼ିଶାସ୍ୱତନ୍ତ୍ର

ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ମାଗଣା ହେଲା ମୋ ବସ୍‌ ସେବା

ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ମାଗଣା ହେଲା ମୋ ବସ୍‌ ସେବା । ଏଣିକି ମୋ ବସ୍‌ରେ ଦୃଷ୍ଟିହୀନ, ମାନସିକ ଭିନ୍ନକ୍ଷମ ଯାତ୍ରୀ ମାଗଣା ଯାତ୍ରା କରିପାରିବେ । ଯଦି ସେମାନେ ପରିବାର ଲୋକଙ୍କ ସହ ଯାତ୍ରା କରୁଥିବେ,ତେବେ ପରିବାର ଲୋକଙ୍କ ପାଇଁ  ୫୦ ପ୍ରତିଶତ ଟିକଟ ଫ୍ରି ରହିବ । ସେହିପରି ଏଡ୍‌ସ ଅନ୍ୟ ଦିବ୍ୟାଙ୍ଗ ଯାତ୍ରୀ ମାନଙ୍କ ପାଇଁ ମଧ୍ୟ ଟିକେଟ ଫ୍ରି କରାଯାଇଛି । ଏନେଇ କ୍ରୁଟ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି ।

ତେବେ ସହରରେ ଯାତ୍ରା କରୁଥିବା ଦିବ୍ୟାଙ୍ଗ ଯାତ୍ରୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏପରି କି ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷିତ ସିଟ୍‌କୁ ସାଧାରଣ ଯାତ୍ରୀମାନେ ବ୍ୟବହାର କରୁଛନ୍ତି । ଫଳରେ ଦିବ୍ୟାଙ୍ଗ ଯାତ୍ରୀ ଠିଆ ହୋଇ ଯାତ୍ରା କରୁଥିବା ନେଇ ମଧ୍ୟ ଅନେକ ଦିନରୁ ଅଭିଯୋଗ ଆସୁଛି । ଏସବୁକୁ ଦୃଷ୍ଟିରେ ରଖି କ୍ରୁଟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Show More

Related Articles

Back to top button