Breaking PLUSଓଡ଼ିଶାମୁଖ୍ୟ ଖବର

ବିଳମ୍ବରେ କେରଳମ୍ ଛୁଇଁବ ମୌସୁମୀ

ଭୁବନେଶ୍ୱର, 28 ମେ- ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳମ୍‌ ଛୁଇଁବା ବିଳମ୍ବ ହୋଇପାରେ। ମେ ୨୬ରେ ମୌସୁମି ବାୟୁ କେରଳମ୍‌ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା। ତେବେ ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଜୁନ ପହିଲା ବେଳକୁ ମୌସୁମି ବାୟୁ କେରଳମ୍‌ରେ ପାଦ ଥାପିବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍‌ ସାହୁ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ଶ୍ରୀ ସାହୁ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଚଳାଚଳ କେରଳମ୍‌ ମୁହାଁ ହୋଇନାହିଁ। ପୁଣି କେରଳରେ ଅଦ୍ୟାବଧି ୬୦% ଷ୍ଟେସନରେ ୨.୫ମି.ମି. ବର୍ଷା ହୋଇନି। ତେଣୁ ଜୁନ ପହିଲା ବେଳକୁ କେରଳରେ ମୌସୁମି ବାୟୁ ପାଦ ଥାପିବାର ସମ୍ଭାବନା ରହିଛି। ମଡେଲ ଜନିତ ତ୍ରୁଟି ପାଇଁ ଏହା ନିର୍ଦ୍ଧାରିତ ତାରିଖରୁ ୨ଦିନ ଆଗୁଆ କିମ୍ବା ପଛୁଆ ହୋଇପାରେ।

Show More

Related Articles

Back to top button