Breaking PLUSଦେଶମୁଖ୍ୟ ଖବରରାଜନୀତି
ଇମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା
କଂଗ୍ରେସ ହାଇକମାଣ୍ଡ ମୋତେ ଇସ୍ତଫା ପାଇଁ କହିଥିଲେ- ସିଦ୍ଦରମୈୟା

ବେଙ୍ଗାଲୁରୁ- କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଦାରାମୈୟା। ବେଙ୍ଗାଲୁରୁ ରାଜଭବନ ଯାଇ ସେ ଇସ୍ତଫା ଦେଇଛନ୍ତି। ଏନେଇ ସିଦ୍ଦାରାମାୟା ଏକ ପ୍ରେସ୍ମିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କ ସଚିବଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛି। ରାଜ୍ୟପାଳ ଫେରିଲେ ମୋର ଇସ୍ତଫାପତ୍ର ଗ୍ରହଣ କରିବେ। କଂଗ୍ରେସ ହାଇକମାଣ୍ଡ ମୋତେ ଇସ୍ତଫା ପାଇଁ କହିଥିଲେ।
ସିଦ୍ଦାରାମାୟା ଗୁରୁବାର ମନ୍ତ୍ରୀମାନଙ୍କ ସହିତ ଏକ ବୈଠକରେ ଇସ୍ତଫା ଘୋଷଣା କରିଥିଲେ। ସେ କହିଥିଲେ, ମୋତେ ଏକ ନୂଆ ମୁହଁ ପାଇଁ ରାସ୍ତା ଛାଡ଼ିବାକୁ କୁହାଯାଇଛି। ମୁଁ ଦଳର ହାଇକମାଣ୍ଡଙ୍କ ଅନୁରୋଧରେ ସହମତ ହେଉଛି ଏବଂ ଇସ୍ତଫା ଦେଉଛି। ଯାହାକି ଡିକେ ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ହେବା ପାଇଁ ରାସ୍ତା ଫିଟିଛି।



