
କୂଅରୁ ଦୁଇ ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ସର୍ଗିଡ଼ିହି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
ଦୁଇ ଶିଶୁ କନ୍ୟାଙ୍କୁ କୂଅରେ ପକେଇ ମାରିବା ପରେ ଆତ୍ମହତ୍ୟା କରିଛି ମା’। ଏମିତି ଏକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ସର୍ଗିଡ଼ିହି ଗାଁରୁ। ମୃତ ମହିଳାଙ୍କ ନାଁ ସଞ୍ଜୁ ମାଡ଼କି। ଗତକାଲି ଅପରାହ୍ନରେ ସଞ୍ଜୁ ମାଡ଼କି ନିଜର ଦୁଇ ଶିଶୁ କନ୍ୟାଙ୍କୁ ଘର ପାଖ ଜମିରେ ଥିବା କୂଅରେ ପକାଇ ଦେଇଥିଲେ। ଛୁଆମାନେ କୁଆଡ଼େ ଗଲେ ବୋଲି ସ୍ୱାମୀ ଜେମ୍ସ ମାଡ଼ାଙ୍ଗି ପଚାରିବାରୁ ସେମାନଙ୍କୁ କୂଅରେ ଫିଙ୍ଗି ଦେଇଥିବା କହି ଘରୁ ଫେରାର ହୋଇଯାଇଥିଲା ସଞ୍ଜୁ। ଉଭୟ ଶିଶୁ କନ୍ୟା ଜଣଙ୍କର ବୟସ ୪ ମାସ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ କନ୍ୟାଙ୍କ ବୟସ ୬ ବର୍ଷ ବୋଲି ଜଣା ପଡିଛି l ପୋଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ବାମରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭର୍ତ୍ତି କରିଥିଲା ।
ପୁଲିସ୍ର ଏକ ଟିମ୍ ଗାଁକୁ ଯାଇ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲେ। ପରିବାର ତଥା ଗାଁ ଲୋକଙ୍କ କହିବା ଅନୁଯାୟୀ, ସଞ୍ଜୁଙ୍କ ମାନସିକ ଅବସ୍ଥା ଭଲ ନଥିଲା। ସେଥିଯୋଗୁ ସେ ଏମିତି ଏକ କାଣ୍ଡ କରିଥିଲେ।
ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଗତକାଲିଠାରୁ ଫେରାର ହୋଇଯାଇଥିବା ସଞ୍ଜୁଙ୍କ ଝୁଲନ୍ତା ମୃତଦେହକୁ ଆଜି ସକାଳେ ଦୁମକୁ ନାଳ ନିକଟସ୍ଥ ଏକ ମହୁଲ ଗଛରେ ଠାବ କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। ପ୍ରକୃତରେ ସଞ୍ଜୁ ଛୁଆ ଦୁଇଟିକୁ ହତ୍ୟା କରି ଆତ୍ମହତ୍ୟା କରିଛନ୍ତି, ନାଁ ଆଉ କିଛି ଘଟିଛି, ତାହା ପୁଲିସର ତଦନ୍ତ ପରେ ଜଣାପଡ଼ିଛି।
ତଦନ୍ତ ସମୟରେ ନିଜ ସ୍ତ୍ରୀ ଉଭୟ ଶିଶୁଙ୍କୁ କୂଅରେ ଫିଙ୍ଗି ହତ୍ୟା କରିଥିବା ସ୍ୱୀକାର କରିଛି ସ୍ବାମୀ ଜେମ୍ସ । ଏନେଇ ମହୁଲପାଲି ଥାନାରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ l



