Breaking PLUSଆଇନ କାନୁନଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଜେଲରେ ଅସୁସ୍ଥ ହୋଇ ଡାକ୍ତରଖାନା ଗଲେ ନବଜୋତ ସିଂ ସିଦ୍ଧୁ

ଜେଲରୁ ଅସୁସ୍ଥ ହୋଇ ଡାକ୍ତରଖାନା ଗଲେ ପଞ୍ଜାବ କଂଗ୍ରେସର ପୁର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ଜେଲ ଖାଦ୍ୟ ଖାଇବା କାରଣରୁ ସିଦ୍ଧୁଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିବା କୁହାଯାଉଛି । ଜେଲରେ ଖାଇବାକୁ ଦିିଆଯାଉଥିବା ରୁଟି ଓ ଡାଲି ଖାଇବା ତାଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ ବୋଲି କହିଛନ୍ତି ସିଦ୍ଧୁ । ତେଣୁ ପଟିଆଲା ଜେଲରେ ଏକ ବର୍ଷର ଜେଲଦଣ୍ଡ କାଟୁଥିବା ସିଦ୍ଧୁଙ୍କୁ ସୋମବାର ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜେଲ ପ୍ରଶାସନକୁ ସ୍ୱତନ୍ତ୍ର ଡାଏଟ ପାଇଁ ନିବେଦନ କରିଛନ୍ତି ସିଦ୍ଧୁ । ସେପଟେ କୋର୍ଟ ମେଡିକାଲ ରିର୍ପୋଟ ଆଧାରରେ ଶୁଣାଣୀ କରି ଫଇସଲା ଶୁଣାଇବେ ବୋଲି କହିଛନ୍ତି ।

Show More

Related Articles

Back to top button