Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆସିବ ନୂଆ EV ପଲିସି

ରାଜ୍ୟରେ ଆସିବ ନୂଆ EV ପଲିସି । ଅଧିକ ଇଲେକ୍ଟ୍ରି ଗାଡ଼ି ବ୍ୟବହାର ପାଇଁ ଆସିବ ନୂଆ ଇଭି ପଲିସି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ।

ରାଜ୍ୟ ସରକାର ବୈଦ୍ୟୁତିକ ଯାନବାହନ ଚଳାଚଳ ବୃଦ୍ଧି ପାଇଁ ନୂତନ ପଲିସି ଆଣିବାକୁ ଯାଉଛନ୍ତି। ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ପଲିସି ପ୍ରଣୟନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଧିକ ପରିମାଣରେ ଇଲେକ୍ଟ୍ରିକ ଯାନ ବ୍ୟବହାର ପାଇଁ ନୂତନ ଇଭି ପଲିସି ଆସିବ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ସରକାରୀସ୍ତରରେ ଏହି ବ୍ୟବସ୍ଥାକୁ ଆଗୁଆ କାର୍ଯ୍ୟକାରୀ କରାଯିବ। ଏଥି ପାଇଁ ସରକାରୀ ବାସଭବନରେ ସୌର ପ୍ୟାନେଲ ବାଧ୍ୟତାମୂଳକ କରାଯିବ। ସରକାରୀ କର୍ମଚାରୀମାନେ ଇଭି ଗାଡ଼ି ବ୍ୟବହାର କରିବା ଉଚିତ୍‌। ଆଗାମୀ ୫ ବର୍ଷ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯିବ। ବର୍ତ୍ତମାନ ଟ୍ୱିନ୍‌ ସିଟିର ବିଭିନ୍ନ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ସରକାରୀ ଅଫିସକୁ ସୌରଶକ୍ତିରେ ପରିଚାଳନା କରାଯିବ।

Show More

Related Articles

Back to top button