Breaking PLUSଓଡ଼ିଶାମୁଖ୍ୟ ଖବର

ଓଏଏସ୍-ଓଆରଏସ୍ ପାଇଁ ନୂତନ ବଦଳି ନୀତି: ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ନୁହେଁ

ଓଡ଼ିଶା ସରକାର ଓଏଏସ୍ (କନିଷ୍ଠ ବର୍ଗ) ଓ ଓଆରଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ନୀତି ଜାରି କରିଛନ୍ତି। ନୂତନ ନିୟମ ଅନୁଯାୟୀ, କୌଣସି ଅଧିକାରୀ ଗୋଟିଏ ଜିଲ୍ଲାରେ ନିରନ୍ତର ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ।
ଏକ ପୋଷ୍ଟରେ ସର୍ବନିମ୍ନ ୨ ବର୍ଷ ଓ ସର୍ବାଧିକ ୩ ବର୍ଷ ରହିବା ବ୍ୟବସ୍ଥା ରହିଛି। ପ୍ରତିବର୍ଷ ଏପ୍ରିଲ୍ ୧୫ରୁ ଜୁନ୍ ୧୫ ମଧ୍ୟରେ ସାଧାରଣ ବଦଳି କରାଯିବ।
ବଦଳି ଆଦେଶ ପରେ ୭ ଦିନ ମଧ୍ୟରେ ରିଲିଭ୍ ଓ ନୂତନ ସ୍ଥାନରେ ଯୋଗଦାନ ଅନିବାର୍ୟ। କେବିକେ ଅଞ୍ଚଳରେ ସେବାକୁ ବିଶେଷ ଗୁରୁତ୍ୱ ଦେଇ ଅନ୍ୟୂନ ୩ ବର୍ଷ କାମ କରିବାକୁ କୁହାଯାଇଛି।
ଘରୋଇ ଜିଲ୍ଲାରେ ପୋଷ୍ଟିଂ ନିଷେଧ ରହିଥିବାବେଳେ, ସରକାର ସ୍ପଷ୍ଟ କରିଛନ୍ତି ଯେ ବଦଳି ପାଇଁ କୌଣସି ସୁପାରିଶ ବା ଚାପ ଗ୍ରହଣ କରାଯିବ ନାହିଁ।

Show More

Related Articles

Back to top button