Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ବିଜୁବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ; କ୍ଷମା ମାଗିଲେ ନିଶିକାନ୍ତ ଦୁବେ

ଭୁବନେଶ୍ୱର- ବିଜୁବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗ । କ୍ଷମା ମାଗିଲେ ନିଶିକାନ୍ତ ଦୁବେ  । ସୋସିଆଲ ମିଡିଆରେ ପୋଷ୍ଟ କରି କ୍ଷମା ମାଗିଲେ ନିଶିକାନ୍ତ ଦୁବେ  । ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ ମୋ ବ୍ୟକ୍ତିଗତ । ‘ମୁଁ ନେହରୁ-ଗାନ୍ଧୀ ପରିବାର ବିଷୟରେ କହିଥିଲି । ମାତ୍ର ମୋ କଥାର ଭୁଲ୍‌ ଅର୍ଥ ବାହାର କରାଯାଇଥିଲା ।ମୋ ମନ୍ତବ୍ୟ କାହାକୁ ଆଘାତ ଦେଇଥିଲେ କ୍ଷମା ମାଗୁଛି ।ବିଜୁବାବୁ ଆମ ପାଇଁ ସର୍ବଦା ଷ୍ଟେଟ୍‌ସ ମ୍ୟାନ୍‌ ଥିଲେ ଓ ରହିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି। ରାଜ୍ୟସଭାରେ ବିଜେଡିର ଗର୍ଜନ ପରେ ଗତକାଲି ବିଧାନସଭାରେ ଦେଖିବାକୁ ମିଳିଥିଲା ତମ୍ବିତୋଫାନ। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ବିରୋଧୀ। ଅସମ୍ଭାଳ ହଟ୍ଟଗୋଳ ଯୋଗୁ ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି। ବିଜେଡି, କଂଗ୍ରେସ ଓ ସିପିଏମ୍ ତରଫରୁ ଆସିଥିଲା ନିନ୍ଦା ପ୍ରସ୍ତାବ ନୋଟିସ୍ । ଯାହାର ବିଚାର ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇଥିଲେ ବାଚସ୍ପତି। ପରେ ଶୂନ୍ୟକାଳରେ ବିଜୁ ବାବୁଙ୍କ ଉପରେ ବିବୃତି ରଖିଥିଲେ ଉଭୟ ଶାସକ ଓ ବିରୋଧୀ ।

Show More

Related Articles

Back to top button