ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି
କେନ୍ଦ୍ରାପଡା, ସୁନ୍ଦରଗଡରେ ସ୍କୁଲ ଛୁଟି

ଭୁବନେଶ୍ୱର, 22 ଏପ୍ରିଲ- ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ସ୍ଥାନରେ ସ୍କୁଲ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲାରେ କାଲିଠୁ ୨୫ ତାରିଖ ଯାଏଁ ସ୍କୁଲ ଛୁଟି । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ହିଟ୍ୱେଭ୍କୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଘୋଷଣା ।ପୂର୍ବ ସୂଚୀ ମୁତାବକ ପରୀକ୍ଷା ଜାରି ରଖିବାକୁ ନିଷ୍ପତ୍ତି ହୋଇଛି ।
ସୁନ୍ଦରଗଡ଼ ଜିଲ୍ଲାରେ କାଲିଠୁ ୨୭ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ହିଟ୍ୱେଭ୍କୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଅଧିକାରୀ ଘୋଷଣା କରିଛନ୍ତି ।
ଅନ୍ୟପଟେ ସମ୍ବଲପୁର ଜିଲ୍ଲାରେ ସ୍କୁଲ୍ ଛୁଟି ଅବଧି ବଢ଼ିଲା । ୨୪ ପର୍ଯ୍ୟନ୍ତ ଛୁଟି ବୃଦ୍ଧି ନେଇ ସୂଚନା ଦେଲେ ଜିଲ୍ଲାପାଳ ।
କଳାହାଣ୍ଡି ଜିଲ୍ଲାରେ ସ୍କୁଲ୍, କଲେଜ, ଅଙ୍ଗନବାଡି କେନ୍ଦ୍ର ଛୁଟି ଅବଧି ବଢ଼ିଲା । ୨୨ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଛୁଟି ବୃଦ୍ଧି କଲା ଜିଲ୍ଲା ପ୍ରଶାସନ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ସକାଳ ୭ରୁ ୯ ଯାଏ ଚାଲିବ ।



