Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଶା ହାଇକୋର୍ଟ ଆଗରେ ଗାଡ଼ିରେ ଲାଗିଲା ନିଆଁ, ଜଳିଗଲା ଗୋଟିଏ ସ୍କର୍ପିଓ, ୨ଟି ସ୍କୁଟର୍ ଓ ଗୋଟିଏ ଇଭି ଗାଡ଼ି

କଟକ- ଓଡିଶା ହାଇକୋର୍ଟ ଆଗରେ ଏକାଧିକ ଗାଡିରେ ନିଆଁ। ହୁତହୁତ୍ ହୋଇ ଜଳିଗଲା ସ୍କର୍ପିଓ, ସ୍କୁଟର। ଗୋଟିଏ ସ୍କର୍ପିଓ , ଦୁଇଟି ସ୍କୁଟର ଏବଂ ଇଭି ଗାଡି ବି ଜଳି ଯିବାର ସୂଚନା ମିଳିଛି। ହାଇକୋର୍ଟ ସାମ୍ନାରେ ଏଭଳି ବଡଧରଣର ଅଗ୍ନିକାଣ୍ଡ ଘଟିଛି। ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଛି , ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
କଟକ ଅଗ୍ନିକାଣ୍ଡ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା । ଜଣେ ମହିଳା ନିଆଁ ଲଗାଇଥିବାର ସ୍ପଷ୍ଟ ହୋଇଛି । ମହିଳାଜଣକ ପେଟ୍ରୋଲ ଧରି ନିଆଁ ଲଗାଇବା ବେଳର ଭିଡିଓ ରହିଛି । ସେ ଗାଡ଼ିରେ ନିଆଁ ଲଗାଇବା ସହ ହାଇକୋର୍ଟ ପରିସରକୁ ନିଆଁ ଫିଙ୍ଗୁଥିବାର କ୍ୟାମେରାରେ କଏଦ ହୋଇଛି ।



