Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ କାଳବୈଶାଖୀ ପ୍ରଭାବ

ଭୁବନେଶ୍ୱର, 28ମେ- ତାତିରୁ ମିଳିଲା ଆଶ୍ବସ୍ତି। ରାଜ୍ୟରେ କାଳବୈଶାଖୀ ପ୍ରଭାବ। ସକାଳୁ ରାଜଧାନୀରେ କୋହଲା ପାଗ। ଗତକାଲି ଟୁଇନସିଟି ଭୁବନେଶ୍ବର ଓ କଟକରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି। ସନ୍ଧ୍ୟା ସମୟରେ ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇପଡ଼ିଥିଲା।
କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଆଜି ମଧ୍ୟ ରାଜ୍ୟର କିଛି ଜିଲାରେ ଏଭଳି ପାଗ ରହିପାରେ। ବିଜୁଳି ଘଡଘଡି ନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।


