Breaking PLUSଓଡ଼ିଶାବାଣିଜ୍ୟମୁଖ୍ୟ ଖବର

ପାର୍ବଣ ପୂର୍ବରୁ ମହଙ୍ଗା ହେଲା ଓମ୍‌ଫେଡ୍ କ୍ଷୀର, ୪ ଟଙ୍କା ଯାଏ ବଢ଼ିଲା ଦର

ଭୁବନେଶ୍ୱର: ପାର୍ବଣ ପୂର୍ବରୁ ଗ୍ରାହକଙ୍କୁ ପୁଣି ମହଙ୍ଗାମାଡ଼। ବାଣିଜ୍ୟିକ ଗ୍ୟାସ୍‌ ସିଲିଣ୍ଡର ଦର ବୃଦ୍ଧି ପରେ ଏବେ ବଢ଼ିଛି ଓମ୍‌ଫେଡ୍‌ କ୍ଷୀର ଦର। ଆସନ୍ତା ଅକ୍ଟୋବର ୪ ତାରିଖରୁ ବର୍ଦ୍ଧିତ ଦର ଲାଗୁ ହେବ। ବିଭିନ୍ନ ବର୍ଗର କ୍ଷୀର ଦର ଲିଟର ପିଛା ୨ରୁ ୪ ଟଙ୍କା ଯାଏ ବଢ଼ାଯାଇଛି।

ନୂଆ ଦର ଅନୁସାରେ, ଟୋନ୍‌ଡ କ୍ଷୀର ଲିଟର ପିଛା ୫୪ ଟଙ୍କାରୁ ବଢ଼ି ୫୮ ଟଙ୍କା ହେବ। ସେହିପରି ୫୦୦ ମିଲିଲିଟର ଟୋନ୍‌ଡ କ୍ଷୀର ପ୍ୟାକେଟ୍‌ର ଦର ୨ ଟଙ୍କା ବଢ଼ିବ।

ପ୍ରିମିୟମ୍‌ କ୍ଷୀର ଲିଟର ପିଛା ୫୮ ଟଙ୍କାରୁ ବଢ଼ି ୬୦ ଟଙ୍କା ହେବ। ଏହାର ୫୦୦ ମିଲିଲିଟର ପ୍ୟାକେଟ୍‌ରେ ୧ ଟଙ୍କା ବୃଦ୍ଧି ହେବ। ଅନ୍ୟପକ୍ଷରେ, ଗୋଲ୍ଡ ପ୍ଲସ୍‌ କ୍ଷୀରର ଲିଟର ପିଛା ଦର ୬୪ ଟଙ୍କାରୁ ବଢ଼ି ୬୬ ଟଙ୍କା ହେବ। ଏହାର ୫୦୦ ମିଲିଲିଟର ପ୍ୟାକେଟ୍‌ର ଦର ମଧ୍ୟ ୧ ଟଙ୍କା ବଢ଼ିବ।

ପାର୍ବଣ ସମୟରେ କ୍ଷୀରର ଚାହିଦା ବଢ଼ୁଥିବା ବେଳେ ଦରବୃଦ୍ଧି ଯୋଗୁ ଗ୍ରାହକଙ୍କ ମାସିକ ଖର୍ଚ୍ଚ ଉପରେ ଏହାର ପ୍ରଭାବ ପଡ଼ିବ।

Show More

Related Articles

Back to top button