Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭା ପରିସରରରେ ଗାନ୍ଧି ମୂର୍ତ୍ତି ତଳେ ବିରୋଧୀ ବିଧାୟକଙ୍କ ବିକ୍ଷୋଭ

ବିଧାନସଭାରେ ଗାନ୍ଧିଜୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଦେଇଛନ୍ତି ଶାସକ ଦଳର ବିଧାୟକ ସନ୍ତୋଷ ଖଟୁଆ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ସଦସ୍ୟ। ଗୁରୁବାର ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବିଧାନସଭା ଗୃହରେ। ଅପରାହ୍ନରେ ଶାସକ ବିଦାୟକ ଖଟୁଆ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଦେଇ ଅପମାନିତ କରିଥିଲେ। ଏହା ପ୍ରତିବାଦରେ ବିରୋଧୀ ବିଜେଡି ସଦସ୍ୟମାନେ ବାହାରକୁ ଆସି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ମୌନ ପ୍ରତିବାଦ କରିଥିଲେ। କଂଗ୍ରେସ ପକ୍ଷରୁ ବି ଅନୁରୂପ ଭାବେ ପ୍ରତିବାଦ କରାଯିବା ସହିତ ସଦସ୍ୟମାନେ ଧାରଣା ଦେଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button