ବିଦ୍ୟାଳୟରେ ବଢୁଛି କରୋନା ଭୟ, ନଜର ରଖିବା ପାଇଁ କୋଭିଡ ମନିଟରିଂ ସେଲ୍ ଗଠନ କଲା ଓସେପା
ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଉପରେ ରୋକ ଲଗାଇବାକୁ ଓସେପା ପକ୍ଷରୁ କୋଭିଡ ମନିଟରିଂ ସେଲ୍ ଗଠନ କରାଯାଇଛି । ଯୁଗ୍ମ ନିର୍ଦ୍ଦେଶିକା ଆରତୀ ରାଉତଙ୍କୁ ମୁଖ୍ୟ କୋଭିଡ କଂପ୍ଲାଏନ୍ସ ଦାୟିତ୍ୱ ଦିଆଯାଇଥିବା ବେଳେ ଉପନିର୍ଦ୍ଦେଶିକା କଳ୍ପନା ହାଁସଦା ହୋଇଛନ୍ତି ସହକାରୀ କଂପ୍ଲାଏନ୍ସ ଅଫିସର ।

ଜିଲ୍ଲାସ୍ତରରେ ମଧ୍ୟ କୋଭିଡ ମନିଟରିଂ ସେଲ୍ ଗଠନ ପାଇଁ ସବୁ ଡିଇଓଙ୍କୁ କୁହାଯାଇଛି । ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଦୈନିକ ଉପସ୍ଥାନ ରଖିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କୋଭିଡ ସଂପର୍କିତ ଅନ୍ୟ କାର୍ୟ୍ୟର ତଦାରଖ କରିବାକୁ ମଧ୍ୟ କୁହାଯାଇଛି । ସ୍କୁଲର ଦୈନିକ କୋଭିଡ ତଥ୍ୟ ସଂଗ୍ରହ କରି ଓସେପାକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଗତକାଲି ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ ସ୍କୁଲରୁ ୩୪ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ କାନପୁରା ହାଇସ୍କୁଲର ସମୁଦାୟ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍କୁଲର କେବଳ ୧୪ ପିଲା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଶିକ୍ଷକ ଓ ଜଣେ ପିଅନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ସାମନାକୁ ଆସିବା ପରେ କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ୭ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ପଜିଟିଭ ଚିହ୍ନଟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଏବେ ଅଫ୍ଲାଇନ୍ କ୍ଲାସ୍ ବନ୍ଦ ରହିଛି। ଏବେ ଅନଲାଇନ୍ରେ ପାଠପଢ଼ା ଚାଲୁଛି। ହେଲେ ଏବେ ୭ ଦିନ ପାଇଁ ସ୍କୁଲ ବନ୍ଦ କରି ଦିଆଯାଇଥିବା ଜଣାଯାଇଛି। ସେହିପରି ବରଗଡ଼ର ଏକ ସ୍କୁଲର ୨୦ ପିଲା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି।