ମୁଖ୍ୟ ଖବରଶିକ୍ଷା

ମେ’ ୫ରୁ ଆରମ୍ଭ ହେବ ପିଜି ପ୍ରବେଶିକା ପରୀକ୍ଷା

 

ଆସନ୍ତା ମେ’ ୫ ତାରିଖରୁ ରାଜ୍ୟରେ ସିପିଇଟି ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ଏହା ମେ’ ୧୬ ପର୍ଯ୍ୟନ୍ତ ଚାଲିବ ବୋଲି ଉଚ୍ଚଶିକ୍ଷା ବିଭାଗର ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି) ପକ୍ଷରୁ ସୂଚନା ମିଳିଛି।

ମୋଟ ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ ଓ ପ୍ରତିଦିନ ୨ଟି ସିଫ୍ଟରେ ଏହା ହେବ। ପ୍ରଥମ ସିଫ୍ଟ ସକାଳ ୧୦ଟାରେ ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୩ଟାରେ ଆରମ୍ଭ ହେବ।

 

ଏହିବର୍ଷ ୩୧,୯୧୫ଟି ପିଜି ସିଟ୍ ପାଇଁ ମୋଟ ୫୮,୭୦୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଏପ୍ରିଲ ୩୦ରୁ ଏସଏସବିର ଆଧିକାରିକ ୱେବସାଇଟ୍‌ରୁ ଡାଉନଲୋଡ କରାଯାଇପାରିବ।

ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ, ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ।

Show More

Related Articles

Back to top button