Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆ ଶାସନପାଟଣା ସାହିର ରାଧାମୋହନ ମନ୍ଦିରରୁ ଚୋରି

ପିପିଲି: ଠାକୁରଙ୍କୁ ବି ଛାଡିଲେନି, ମନ୍ଦିରରୁ ଚୋରି କରିନେଲେ ଦୁର୍ବୃତ୍ତ ।  ନୂଆ ଶାସନପାଟଣା ସାହିର ରାଧାମୋହନ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ ।

ନୂଆ ଶାସନପାଟଣା ସାହିର ରାଧାମୋହନ ମନ୍ଦିରରୁ ଚୋରି ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଦାନ ବାକ୍ସ ଓ ଟ୍ରଙ୍କ ଭାଙ୍ଗି ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୃତ୍ତ । ଏପରିକି ରାଧା କୃଷ୍ଣଙ୍କ ମୂର୍ତ୍ତି ବାହାରେ ଫୋପାଡ଼ି ଦେଇଛନ୍ତି ।

ତେବେ ଗ୍ରାମବାସୀଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ପହଂଚିଛି ପୋଲି । ପୋଲିସ ଟିମ୍ ମନ୍ଦିର ଓ ଏହାର ଆଖପାଖ ଅଂଚଳରେ ଛାନଭିନ୍ କରିଛି ।

 

Show More

Related Articles

Back to top button