Breaking PLUSଓଡ଼ିଶାମୁଖ୍ୟ ଖବର
ମେ’ ତୃତୀୟ ସପ୍ତାହରେ ବାହାରିବ +୨ ରେଜଲ୍ଟ

ଭୁବନେଶ୍ୱର, ୧ ମେ’ – ମେ’ ତୃତୀୟ ସପ୍ତାହରେ ବାହାରିବ +୨ ରେଜଲ୍ଟ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଚଳିତ ବର୍ଷ ଫେବୃୟାରୀ 18ରୁ ଆରମ୍ଭ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା । ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ୨୩ଟି ସିଟିଂରେ ଅନୁଷ୍ଠିତ ହୋଇଥିଲା ପରୀକ୍ଷା । ଚଳିତ ଥର ୪ ଲକ୍ଷ ୧ହଜାର ୬୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
୨୧୧ଟି ପରୀକ୍ଷା ପରିଚାଳନା ହବ୍ ଅଧୀନରେ ଥିବା ୧୯୦୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୩୫୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସୁରକ୍ଷିତ ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଦାୟିତ୍ବ ଦିଆଯାଇଥିଲା।
ହବ ଗୁଡ଼ିକରେ ପ୍ରଥମ ଥର ପାଇଁ ଏଆଇ କ୍ୟାମେରା ଲଗାଯାଇଥିଲା । ଯାହାର କମାଣ୍ଡ କଣ୍ଟ୍ରୋଲ ରୁମ ସିଏଚଏସଇ ଅଫିସରେ ଖୋଲାଯାଇଥିଲା ।



