Breaking PLUSଦେଶ ବିଦେଶମୁଖ୍ୟ ଖବର
ଗରିବ କଲ୍ୟାଣ ସମ୍ମିଳନୀରେ ହିତାଧିକାରୀଙ୍କ ସହ କଥା ହେବେ ମୋଦୀ
ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆସନ୍ତା ୩୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ଟି ମନ୍ତ୍ରଣାଳୟ ଏବଂ ବିଭାଗ ଅଧୀନରେ ପ୍ରାୟ ୧୬ଟି ଯୋଜନାରେ ଲାଭାନ୍ୱିତ ହୋଇଥିବା ହିତାଧିକାରୀ ମାନଙ୍କ ସହ କଥାବାର୍ତ୍ତା କରିବେ।

ସିମ୍ଲାଠାରେ ଆୟୋଜିତ ହେବାକୁ ଥିବା ଗରିବ କଲ୍ୟାଣ ସମ୍ମେଳନରେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିବେ। ସେଠାରେ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଏକାଦଶ କିସ୍ତୀ କୃଷକମାନଙ୍କ ବ୍ୟାଙ୍କଖାତାକୁ ପଠାଇବେ। ଏଥିରେ ୨୧ହଜାର କୋଟିରୁ ଅଧିକ ଟଙ୍କା କୃଷକମାନଙ୍କ ବ୍ୟାଙ୍କଖାତାକୁ ଯିବ।

ଏହି ଗରିବ କଲ୍ୟାଣ ସମ୍ମେଳନ ଅଧୀନରେ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଏବଂ ରାଜ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଅନ୍ୟ ଲୋକ ପ୍ରତିନିଧିମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ବେଳକୁ ନୂଆ ଭାରତର ଆଶା ଓ ଆକାଂକ୍ଷା କ’ଣ ରହିବ ତାହା ଏହି ଆଲୋଚନାରୁ ଜଣାପଡ଼ିବ।



