Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ବି.ଆର ଆମ୍ବେଦକରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପିଏମ ମୋଦି

ନୂଆଦିଲ୍ଲୀ, 14 ଏପ୍ରିଲ- ବାବା ସାହେବ ଭୀମରାଓ ଆମ୍ୱେଦକରଙ୍କ ଆଜି ୧୩୫ତମ ଜୟନ୍ତୀ। ଏହି ଅବସରରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।
କଂଗ୍ରେସର ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସହ ଅନ୍ୟାନ୍ୟ ନେତାମାନେ ମଙ୍ଗଳବାର ସଂସଦ ପରିସରର ପ୍ରେରଣା ସ୍ଥଳରେ ପହଞ୍ଚି ତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରୀୟ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ନେତାମାନେ ମଧ୍ୟ ଯୋଗଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ରାଷ୍ଟ୍ର ଗଠନରେ ବାବା ସାହେବଙ୍କ ଚେଷ୍ଟା ବହୁତ ପ୍ରେରଣାଦାୟକ। ତାଙ୍କର ଜୀବନ ଓ କାର୍ଯ୍ୟ ପିଢ଼ୀ ପରେ ପିଢ଼ୀକୁ ଏକ ନ୍ୟାୟସଙ୍ଗତ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ସଦା ପ୍ରେରିତ କରୁଛି।



