Breaking PLUSଓଡ଼ିଶାମୁଖ୍ୟ ଖବର
ଉମରକୋଟରେ ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ଉମରକୋଟ- ନିର୍ବାଚନ ଡ୍ୟୁଟିକୁ ଆସିଥିବା ବେଳେ ଶନିବାର ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ବୁଥ୍ ସମ୍ମୁଖରେ ବସ୍ରୁ ଓହ୍ଲାଇବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ ବ୍ୟକ୍ତିଙ୍କ ନାଁ ଅଲେଖ ରନ୍ଧାରୀ। ସେ ୫ମ ପୋଲିଂ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ। ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ହୋଇଥିବା ବୁଥ୍ରେ ତାଙ୍କର ଡ୍ୟୁଟି ଥିଲା।ଅଲେଖ ବସ୍ରୁ ଓହ୍ଲାଇ ବୁଥ୍କୁ ଯାଉଥିବା ବେଳେ ଏକ ବାଇକ୍ ଆସି ତାଙ୍କୁ ପଛରୁ ଧକ୍କା ଦେଇଥିଲା।