Breaking PLUSଓଡ଼ିଶାଦେଶମୁଖ୍ୟ ଖବର
କାଲି ଦିନ 2ଟାରୁ ଜନପଥରେ ଗାଡି ଚଳାଚଳ ବନ୍ଦ

ଭୁବନେଶ୍ୱର- ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଏକ ରୋଡ ଶୋ’ କରିବେ। ରାତି ସାଢେ ୮ଟାରୁ ଭାଜପା ପାର୍ଟି ଅଫିସରୁ ଏହି ରୋଡ ଶୋ’ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବ। ସେଥିପାଇଁ ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ପର୍ଯ୍ୟନ୍ତ ଟ୍ରାଫିକ କଟକଣା କରାଯାଇଛି। ତେବେ ଶୁକ୍ରବାର ଅପରାହ୍ନ ୨ଟାରୁ ରୋଡ ଶୋ’ ସରିବା ଯାଏ ଜନପଥରେ ଗାଡି ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହା ସହିତ ଜନପଥକୁ ସଂଯୋଗ କରୁଥିବା କୌଣସି ଗଳିରୁ ଗାଡିଗୁଡିକୁ ରାସ୍ତାକୁ ଛଡାଯିବନି।