ମୁଖ୍ୟ ଖବରରାଜନୀତି

ହରଭଜନ ସିଂଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ

ପଞ୍ଜାବ: ଆମ ଆଦମୀ ପାର୍ଟି (ଆପ) ଛାଡ଼ି ବିଜେପିରେ ଯୋଗଦେବା ପରେ ପୂର୍ବତନ କ୍ରିକେଟର ଓ ରାଜ୍ୟସଭା ସାଂସଦ ହରଭଜନ ସିଂଙ୍କ ବିରୋଧରେ ଆପ କର୍ମୀମାନେ ତୀବ୍ର ପ୍ରତିବାଦ ଆରମ୍ଭ କରିଛନ୍ତି। ଜଳନ୍ଧରରେ ତାଙ୍କ ବାସଭବନ ସମ୍ମୁଖରେ ବହୁ ସଂଖ୍ୟକ କର୍ମୀ ଜମାହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିକ୍ଷୋଭ ସମୟରେ କର୍ମୀମାନେ ନାରାବାଜି କରିବା ସହ ଆପ ଛାଡ଼ି ବିଜେପିରେ ଯୋଗଦେଇଥିବା ନେତାମାନଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। କିଛି କର୍ମୀ ହରଭଜନ ସିଂଙ୍କ ଘର ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି, ଯାହାକୁ ପୋଲିସ ତତ୍କ୍ଷଣାତ୍ ରୋକି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ ବ୍ୟବସ୍ଥାକୁ କଡ଼ା କରାଯାଇଥିଲା।

ଏହାସହ ଜଳନ୍ଧରରେ ଆପ କର୍ମୀମାନେ ପୂର୍ବତନ ରାଜ୍ୟସଭା ସାଂସଦ ଉପନେତା ଅଶୋକ ମିତ୍ତଲଙ୍କ ବିରୋଧରେ ମଧ୍ୟ ପ୍ରତିବାଦ କରିଥିଲେ। ସେମାନେ ରାଘବ ଚଢ଼ାଙ୍କ ସହିତ ଆପ ଛାଡ଼ି ବିଜେପିରେ ଯୋଗଦେଇଥିବା ସମସ୍ତ ସାଂସଦଙ୍କୁ ଟାର୍ଗେଟ କରି ବିକ୍ଷୋଭ ଜାରି ରଖିଥିଲେ।

ବିକ୍ଷୋଭକାରୀମାନେ ବିଜେପିରେ ଯୋଗଦେଇଥିବା ସାଂସଦମାନଙ୍କ କୁଶପୁତ୍ତଳିକା ଦାହ କରି ନିଜମାନଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଏହି ନେତାମାନେ ଆପର ଆଦର୍ଶ ଓ ଲୋକମାନଙ୍କ ଆସ୍ଥାକୁ ଭଙ୍ଗ କରିଛନ୍ତି।

ଏହି ଘଟଣା ପଞ୍ଜାବର ରାଜନୀତିରେ ନୂଆ ତରଙ୍ଗ ସୃଷ୍ଟି କରିଛି। ଦଳଛାଡ଼ା ଓ ଦଳବଦଳକୁ ନେଇ ଆପ ଓ ବିଜେପି ମଧ୍ୟରେ ରାଜନୀତିକ ମୁକାବିଲା ଆହୁରି ତୀବ୍ର ହେବାର ସମ୍ଭାବନା ଜଣାପଡ଼ୁଛି।

Show More

Related Articles

Back to top button