Breaking PLUSଓଡ଼ିଶାମୁଖ୍ୟ ଖବର

ରଥଯାତ୍ରା ପାଇଁ ରେଳବାଇ ପରିଚାଳନା ଓ ଯାତ୍ରୀ ସୁବିଧା ସମ୍ବନ୍ଧୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର, 31 ମେ  – ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-୨୦୨୬ ପରିପ୍ରେକ୍ଷୀରେ ରେଳବାଇ ପରିଚାଳନା ଓ ଯାତ୍ରୀ ସୁବିଧା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ, ପୁରୀଠାରେ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଅତିରିକ୍ତ ଡିଜିପି (ରେଳବାଇ), ଅତିରିକ୍ତ ଡିଜିପି (ଆଧୁନିକୀକରଣ), ଆଇଜି ରେଳବାଇ ପୋଲିସ ଫୋର୍ସ, ପୁରୀ ଜିଲ୍ଲାପାଳ, ଏସପି, ମହାନଗର ନିଗମ କମିଶନର ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ଯୋଗଦେଇ ରେଳ ଷ୍ଟେସନରେ ଭିଡ଼ ପରିଚାଳନା, ସୁରକ୍ଷା ବ୍ୟବସ୍ଥା, ଯାତ୍ରୀ ସୁବିଧା, ଟ୍ରାଫିକ ସମନ୍ୱୟ ଏବଂ ଆନ୍ତଃବିଭାଗୀୟ ସହଯୋଗ ସମ୍ପର୍କରେ ସମୀକ୍ଷା କରିଥିଲେ।

ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ନିରାପଦ ଓ ସୁବ୍ୟବସ୍ଥିତ ଯାତାୟାତ ସୁନିଶ୍ଚିତ କରିବା ନିମନ୍ତେ ଚାଲିଥିବା କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯିବା ସହ ତ୍ୱରାନ୍ୱିତ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା।

Show More

Related Articles

Back to top button