Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ମନ୍ଦିର ପ୍ରଶାସନ

ପୁରୀ – ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡେଇ ବ୍ୟବହାର ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମଙ୍ଗଳବାର ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ପାଇଁ ନିଷିଦ୍ଧ କରାଯାଇଛି । ଜଣେ ପାଳିଆ ସେବକ ମହାପ୍ରଭୁଙ୍କୁ ସେବାପୂଜାରୁ ନିଲମ୍ବନ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀଙ୍କ ପକ୍ଷରୁ ସୂଚନା ମିଳିଛି । ମହାପ୍ରଭୁଙ୍କ ସେବାରେ ପରମ୍ପରା ବହିର୍ଭୂତ କାର୍ଯ୍ୟ,ବିଶୃଙ୍ଖଳା ବରଦାସ୍ତ କରାଯିବନି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button