Breaking PLUSଓଡ଼ିଶାମୁଖ୍ୟ ଖବର
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ନୀତି କରାଯାଇଛି । ଏହା ଫଳରେ କିଛି ସମୟ ପାଇଁ ବନ୍ଦ ରହିଥିଲା ସାଧାରଣ ଦର୍ଶନ । ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିଥିବା ଦେଖିବା ପରେ ବଡ଼ ମହାସ୍ନାନ ନୀତି କରାଯାଇଥିଲା ।ମଙ୍ଗଳ ଆଳତି ସମୟରେ ସେବାୟତ ଦେଖିବାକୁ ପାଇଥିଲେ ରକ୍ତ ଛିଟା ।
ମଙ୍ଗଳ ଆଳତି ଦର୍ଶନ ସମୟରେ ଜଣେ ମହିଳା ସାତ ପାହାଚରେ ଝୁଣ୍ଟି ପଡ଼ିଥିଲେ । ଯାହାଫଳରେ ତାଙ୍କ ଗୋଡ଼ ନଖଟି ଭାଙ୍ଗିି ରକ୍ତଛିଟା ପଡ଼ିଥିଲା। ଯାହାଫଳରେ ଶ୍ରୀମନ୍ଦିରରେ ମହାସ୍ନାନ ହୋଇ ନୀତି ବଢ଼ିଥିଲା। ଏନେଇ ପ୍ରତିହାରୀ ନିଯୋଗର ବରିଷ୍ଠ ସେବାୟତ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଆସନ୍ତା ୧୮ ତାରିଖ ଯାଏଁ ଚାଲିବ ରତ୍ନଭଣ୍ଡାର ଗଣତି ମଣତି । ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ। କାଲିଠାରୁ ଆରମ୍ଭ ହୋଇଛି ଗଣତି ପ୍ରକ୍ରିୟା ।


