Breaking PLUSଦେଶମୁଖ୍ୟ ଖବରରାଜନୀତି
ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା : ମୋତେ କାହିଁକି ଚୁପ୍ କରାଯାଉଛି?

ଗୁରୁବାର ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ଆମ ଆଦମୀ ପାର୍ଟି (ଆପ) ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କୁ ଉପନେତା ପଦରୁ ହଟାଇଦେଇଛି। ଏହି ନିଷ୍ପତ୍ତି ପରେ ରାଘବ ଚଡ୍ଡା ପ୍ରଥମେ ଖୋଲାମୁଖରେ ପ୍ରତିକ୍ରିୟା ଦେଇଛନ୍ତି।
ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, “ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।” ଏହା ମାଧ୍ୟମରେ ସେ ପାର୍ଟିର ନିଷ୍ପତ୍ତି ପ୍ରତି ତାଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହା ପୂର୍ବରୁ, ଗତକାଲି ରାତିରେ ମଧ୍ୟ ସେ ତାଙ୍କ X ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଥିଲେ। ସେଥିରେ କୌଣସି ଲେଖା ନ ଥିଲା, କେବଳ ‘ନଜର’ ଇମୋଜି ବ୍ୟବହାର କରାଯାଇଥିଲା, ଯାହାକୁ ଅନେକେ ତାଙ୍କ ନୀରବ ପ୍ରତିକ୍ରିୟା ବୋଲି ମନେ କରିଛନ୍ତି।



