Breaking PLUSଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

ଆଜିଠୁ କମିବ ବର୍ଷା

ଭୁବନେଶ୍ୱର: ଆଜିଠୁ କମିବ ବର୍ଷା । ପାଗରେ ଆସିବ ପରିବର୍ତ୍ତନ । ରାଜ୍ୟରେ କ୍ରମଶଃ ଶୁଖିଲା ରହିବ ପାଗ । କୌଣସି ଜିଲ୍ଲାରେ ବଡ଼ ବର୍ଷାର ସମ୍ଭାବନା ନାହିଁ । ବାଲେଶ୍ୱର ଉପର ଦେଇ ପୂର୍ବ-ପୂର୍ବ ଦିଗରେ ଏବଂ ପରେ ଉତ୍ତର-ପୂର୍ବ ଦିଗରେ ବଙ୍ଗୋପସାଗର ଦେଇ ଗତି କରୁଛି ମୌସୁମୀ ଟ୍ରଫ୍‌ ଲାଇନ୍‌ । ଏହା ସମୁଦ୍ର ପତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ଲମ୍ବିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ବରଗଡ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଓ ଗଜପତି ପ୍ରଭୃତି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ମେଘୁଆ ରହିବା ସହ ମଧ୍ୟାହ୍ନ ପର ଠାରୁ ବିଳମ୍ବିତ ରାତି ମଧ୍ୟରେ କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । କଟକର କିଛି ସ୍ଥାନରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୨୮ ତାରିଖ ପରେ ପୁଣି ବର୍ଷା ନେଇ ସୂଚନା ରହିଛି ।

Show More

Related Articles

Back to top button