ଭୁବନେଶ୍ୱର: ଆଜିଠୁ କମିବ ବର୍ଷା । ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲେ ମଧ୍ୟ ଆଜିଠୁ କମିବ ଲଘୁଚାପର ପ୍ରଭାବ। ଆଜିଠୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ କମିବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସକ୍ରିୟ ଲଘୁଚାପ କ୍ଷେତ୍ର ଛତିଶଗଡ଼ ମୁହାଁ ହେଉଥିବାରୁ ବର୍ଷା କମିପାରେ ।
ଆଗାମୀ ୪ରୁ ୫ ଦିନ ଯାଏ ବିଶେଷ ବର୍ଷାର ସମ୍ଭାବନା ନାହିଁ। ସେପଟେ ଆଜିଠାରୁ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଅର୍ଥାତ୍ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ତେବେ କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଜିଲ୍ଲାରେ ତୁହାକୁ ତୁହା ବର୍ଷାରୁ ଛୋଟ ବଡ଼ ନଦୀ ଗୁଡ଼ିକ ଫୁଲି ଚାଲିଛି। ସାଲୁଙ୍କି ନଦୀର ଜଳସ୍ତର ମଧ୍ୟ ବଢ଼ିଛି। ଫୁଲବାଣୀ ସହର ନଦିଖଣ୍ଡିସାହିରୁ ଡାକପାଲାକୁ ସଂଯୋଗ କରୁଥିବା ବ୍ରିଜ୍ ଉପରେ ୩ରୁ ୪ ଫୁଟ ପାଣି ଚାଲୁଛି। ଫଳରେ ଡାକପାଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।