କଳା ସଂସ୍କୃତି ଓ ସାହିତ୍ୟମନୋରଞ୍ଜନମୁଖ୍ୟ ଖବର

ରକ୍ଷା ବନ୍ଧନ

ଭାଇ ଭଉଣୀର ସଂପର୍କର ଡୋର ରାକ୍ଷୀ

() ରାକ୍ଷୀ ଭାଇ ଭଉଣୀର ସଂପର୍କର ଡୋର I ବର୍ଷକରେ ଥରେ ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବାବେଳେ ଭାଇ ମଧ୍ୟ ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥାଏ I ରାତି ପାହିଲେ ଭାଇ ଭଉଣୀର ସଂପର୍କର ପର୍ବ ରାକ୍ଷୀ I ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସିବ ଭଉଣୀ I ସେପଟେ ଭଉଣୀର ସୁରକ୍ଷା ସହ ଏହି ରାକ୍ଷୀ ଭାଇ ପାଇଁ ଭଉଣୀର ସବୁଠୁ ବଡ ସନ୍ତକ I ଯାହାକୁ ନେଇ ଏବେ ରାକ୍ଷୀ ବଜାର ଚଳଚଞ୍ଚଳ ହୋଇଛି I କୋରୋନା କଟକଣା ଭିତରେ ଖୋଲିଛି ଭଳିକି ଭଳି ରାକ୍ଷୀ ଦୋକାନ I ଏବର୍ଷ ଦୋକାନୀ କୋରୋନାକୁ ଆଖି ଆଗରେ ରଖି  କୋରୋନା ରାକ୍ଷୀ ସହ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ମଧ୍ୟ ସବୁଜ ରାକ୍ଷୀ ବିକ୍ରି କରୁଛନ୍ତି I କୋରୋନା ରାକ୍ଷୀରେ ଗୋଟେ ରାକ୍ଷୀ ସହ ଚକୋଲେଟ, ମାସ୍କ, ସାନିଟାଇଜର ଏବଂ କୋରୋନାକୁ ମୁକାବିଲା ପାଇଁ ସଚେତନତାର ବାର୍ତ୍ତା ରହୁଛି I ସେପଟେ ସବୁଜ ରାକ୍ଷୀ ବକ୍ସରେ ରାକ୍ଷୀ ସହ ଚକୋଲେଟ ଏବଂ ଗୋଟିଏ ଗଛ ଚାରା ଦେଉଛନ୍ତି ଦୋକାନୀ I ଯାହା ଚଳିତ ବର୍ଷ ଏହି ପର୍ବକୁ ନିଆରା କରିବ ବୋଲି କୁହାଯାଉଛି I ଏହି ସବୁ ରାକ୍ଷୀର ଦାମ 50 ଟଙ୍କାରୁ ଆରମ୍ଭ କରି ଏକ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି I

ସେପଟେ ହାତରେ ଆଉ ଗୋଟିଏ ଦିନ ଥିବାରୁ ରାକ୍ଷୀ ଦୋକାନ ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି I କୋରୋନା କଟକଣା ଭିତରେ ସରକାର ଅନେକ ପର୍ବ ପର୍ବାଣୀରେ ଅତ୍ୟଧିକ ଭିଡକୁ ଦୃଷ୍ଟିରେ ରଖି ରୋକ ଲଗାଉଥିବା ବେଳେ  ଏହି ପର୍ବ ଘରେ ପାଳନ ହେଉଥିବାରୁ ପ୍ରତ୍ୟେକ ପରିବାରରେ ଦେଖାଦେଇଛି ଉତ୍ସାହ I ପିଠା ମିଠା ଖାଇ ରାକ୍ଷୀ ପର୍ବ ପାଳନ ପାଇଁ ଏବେ ସବୁ ଭାଇ ଓ ଭଉଣୀଙ୍କ ଅପେକ୍ଷା ରହିଛି I ସେପଟେ ଦୂରରେ ରହୁଥିବା ଭାଇ ପାଇଁ କିଛି ଦିନ ଆଗରୁ ଭଉଣୀ ରାକ୍ଷୀ ପଠାଇ ରାକ୍ଷୀ ପୂର୍ଣ୍ଣମୀରେ ଭାଇର ରାକ୍ଷୀ ବନ୍ଧାକୁ ଅପେକ୍ଷା କରିଛି I

Show More

Related Articles

Back to top button