Breaking PLUSଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଡିଜିଟାଲ ଋଣଦାତାଙ୍କୁ ଆରବିଆଇଙ୍କ କଡା ଚେତେବନୀ

ନୂଆଦିଲ୍ଲୀ : ଡିଜିଟାଲ ପ୍ଲାଟଫର୍ମରେ ଋଣ ବାଣ୍ଟୁଥିବା ଫିନଟେକ୍‌ କମ୍ପାନୀମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କଡ଼ା ଚେତାବନୀ ଦେଇଛନ୍ତି। ଗଭର୍ଣ୍ଣର ଶୁକ୍ରବାର କହିଛନ୍ତି ଯେ ଡିଜିଟାଲ ଋଣଦାତା ନିଜ ସୀମାରେ ରହି କାମ କରିବା ଦରକାର । ସେମାନେ ସେହି କାମ କରିବା ଦରକାର ଯେଉଁଥି ଲାଗି ଲାଇସେନ୍ସ ନେଇଛନ୍ତି। ବ୍ୟାଙ୍କ ଅଫ ବରୋଦାର ବାର୍ଷିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଫାର୍ମମାନେ ଅତିରିକ୍ତ କାମ କରିବାକୁ ଚାହୁଁଥିଲେ ପ୍ରଥମେ ଆମଠୁ ଅନୁମତି ନେବା ଦରକାର ବୋଲି କହିଛନ୍ତି।ଯଦି ଫାର୍ମ ମାନେ ବିନା ମଞ୍ଜୁରୀରେ ଏପରି କୌଣସି କାମ କରନ୍ତି ଯେଉଁଥି ପାଇଁ ସେମାନଙ୍କୁ ଲାଇସେନ୍ସ ମିଳିନି ତାହା ଗ୍ରହଣୀୟ ହେବ ନାହିଁ। ଏପରି ସଂସ୍ଥାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚେତାଇ ଦେଇଛନ୍ତି। ଦାସ କହିଛନ୍ତି ଯେ ଆରବିଆଇ ପ୍ରଣାଳୀରେ କୌଣସି ପ୍ରକାର ସମସ୍ୟାକୁ ଅନୁମତି ଦେଇ ପାରିବେ ନାହିଁ। ଆଗାମୀ କିଛି ସପ୍ତାହ ମଧ୍ୟରେ ଡିଜିଟାଲ ଋଣ ବିତରଣ ଲାଗି ଆରବିଆଇ ନୂଆ ନୀତି ଆଣିବେ। ଆରବିଆଇ ଇନୋଭେସନ ଓ ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରେ, ତେବେ ପୁରା ବ୍ୟାଙ୍କିଙ୍ଗ ଇକୋ ସିଷ୍ଟମକୁ ଏକ ନିୟାମକୀୟ ରୂପରେ ଚଳାଇବାର ଇଛା ମଧ୍ୟ ରଖୁଥିବା ସେ କହିଛନ୍ତି। ତେବେ ଏଥିପାଇଁ ରେଗୁଲେସନ ତିଆରିରେ ଏଥିପାଇଁ ବିଳମ୍ବ ହେଉଛି, କାରଣ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଜଟିଳ। ହେଲେ ଏବେକା ସିଷ୍ଟମରେ ବିନା ଲାଇସେନ୍ସରେ ଋଣ ବଣ୍ଟନ ହେଉଛି। ଏଣୁ ଆମେ ଅନିୟନ୍ତ୍ରିତ ଓ ବିନା ଲାଇସେନ୍ସରେ ଋଣ ଋଣ ବାଣ୍ଟୁଥିବା ସଂସ୍ଥାଙ୍କ ସହ ଜୁଝୁଛୁ, ଯେଉଁମାନେ ଭିନ୍ନ ଭିନ୍ନ ପ୍ରାକରର ଋଣ ବଣ୍ଟନ କରୁଛନ୍ତି ବୋଲି କହିଛନ୍ତି। କେବଳ ଏତିକି ନୁହେଁ ଲାଇସେନ୍ସ ପ୍ରାପ୍ତ ସଂସ୍ଥାମାନେ ମଧ୍ୟ ଏପରି କାମ କରୁଛନ୍ତି ଯେଉଁ କାମ ପାଇଁ ସେମାନଙ୍କୁ ଅନୁମତି ନାହିଁ। ଏ ସବୁର ମୁକାବିଲା ଲାଗି ଏକ କମିଟି ଗଠନ କରାଯାଇଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି।

Show More

Related Articles

Back to top button