Breaking PLUSଓଡ଼ିଶାମୁଖ୍ୟ ଖବର
ଆରଆଇ ପରୀକ୍ଷାରେ ସର୍ଭର ଡାଉନ୍ ଅଭିଯୋଗ

ଭୁବନେଶ୍ବର: ଆରଆଇ ପରୀକ୍ଷାରେ ସର୍ଭର ଡାଉନ୍ ଅଭିଯୋଗ ହୋଇଛି । ସର୍ଭର ଡାଉନ୍ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରଛାତ୍ରୀ ।ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, ୮.୪୫ରେ ଭିତରକୁ ଗଲେ ଛାତ୍ରଛାତ୍ରୀ । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ୍ ଅଭିଯୋଗ ହୋଇଛି । ବ୍ରହ୍ମପୁର, କାକଟପୁର ଘରୋଇ ପରୀକ୍ଷା ସେଣ୍ଟରରେ ସମସ୍ୟା ଦେଖାଦେଇଛି । ନୟାପଲ୍ଲୀ, ମଞ୍ଚେଶ୍ୱର,ପଟିଆ ଆଦି ସ୍ଥାନରେ ଥିବା ପରୀକ୍ଷା କେନ୍ଦ୍ରରେ ସମସ୍ୟା ଦେଖାଦେଇଥିଲା ।



