ଭକ୍ତିମୁଖ୍ୟ ଖବର

ଶବରୀମାଳା ବିବାଦ: ଆସ୍ଥା ବନାମ ସମ୍ବିଧାନ, ସୁପ୍ରିମକୋର୍ଟରେ ତୀକ୍ଷ୍ଣ ଯୁକ୍ତିତର୍କ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠରେ ଶବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ମାମଲାରେ ଶୁକ୍ରବାର ତୀକ୍ଷ୍ଣ ଯୁକ୍ତିତର୍କ ଦେଖାଯାଇଛି। ଆସ୍ଥା, ପରମ୍ପରା ଓ ସାମ୍ବିଧାନିକ ଅଧିକାର ମଧ୍ୟରେ ସନ୍ତୁଳନ ରକ୍ଷାକୁ ନେଇ ଦୁଇ ପକ୍ଷର ଯୁକ୍ତି ଗୁରୁତ୍ୱ ନେଇଛି।
‘ଆତ୍ମାର୍ଥମ ଟ୍ରଷ୍ଟ’ ପକ୍ଷରୁ ଓକିଲ ଏମ୍.ଆର୍. ଭେଙ୍କଟେଶ ‘ସମ୍ପ୍ରଦାୟ’ର ବ୍ୟାଖ୍ୟାକୁ ପ୍ରଶ୍ନ କରି କହିଥିଲେ, ଅନେକ ମହିଳା ନିଜ ଇଚ୍ଛାରେ ରଜସ୍ୱଳା ସମୟରେ ମନ୍ଦିର ପ୍ରବେଶରୁ ଦୂରେଇ ରୁହନ୍ତି, ଯାହାକୁ ବ୍ୟକ୍ତିଗତ ବିଶ୍ୱାସ ଭାବେ ଦେଖିବା ଉଚିତ।
ଅନ୍ୟପଟେ ବରିଷ୍ଠ ଆଇନଜୀବୀ ରାଜୀବ ଧୱନ ସାମ୍ବିଧାନିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ କହିଥିଲେ, ସମ୍ବିଧାନର ମୌଳିକ ଅଧିକାର ଧାର୍ମିକ ପ୍ରଥାଠାରୁ ଉପରେ ଏବଂ ସେଗୁଡ଼ିକୁ ପ୍ରାଥମିକତା ମିଳିବା ଦରକାର।
ନ୍ୟାୟମୂର୍ତ୍ତି ଅମାନୁଲ୍ଲା ମଧ୍ୟ କହିଛନ୍ତି, ବିଚାରପତିମାନେ ନିଷ୍ପତ୍ତି ନେବାବେଳେ ବ୍ୟକ୍ତିଗତ ଧାର୍ମିକ ଧାରଣାରୁ ଉପରେ ଉଠି ସାମ୍ବିଧାନିକ ଢାଞ୍ଚାକୁ ଅନୁସରଣ କରିବା ଆବଶ୍ୟକ।
ମନ୍ଦିର ପ୍ରଶାସନ ପକ୍ଷରୁ ଏହି ପ୍ରବେଶକୁ ବିରୋଧ କରାଯାଇ, ଶବରୀମାଳାର ଆରାଧ୍ୟ ଦେବତାଙ୍କୁ ‘ବ୍ରହ୍ମଚାରୀ’ ଭାବେ ବର୍ଣ୍ଣନା କରାଯାଇଛି। ୨୦୧୮ରେ ସୁପ୍ରିମକୋର୍ଟ ପ୍ରତିବନ୍ଧକ ହଟାଇଥିଲେ ମଧ୍ୟ, ଏହା ବିରୋଧରେ ଦାଖଲ ପୁନର୍ବିଚାର ଆବେଦନ ଉପରେ ବର୍ତ୍ତମାନ ଶୁଣାଣି ଜାରି ରହିଛି।

Show More

Related Articles

Back to top button