ବାପା ହେଲେ ଶାହିର ଶେଖ୍

ବାପା ହେଲେ ପବିତ୍ର ରିସ୍ତା-୨ ଅଭିନେତା ଶାହିର ଶେଖ୍ । ଶୁକ୍ରବାର ଦିନ ତାଙ୍କ ପତ୍ନୀ ରୁଚିକା କପୁର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ଆସିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଛି । ତେବେ ଅଫିସିଆଲି ଏହି ଗୁଡନ୍ୟୁଜର ଘୋଷଣା କରିନାହାନ୍ତି ଶାହିର ।
ବଲିଉଡ ଲାଇଫର ରିପୋର୍ଟ ମୁତାବକ, ଗତ ମାସରେ ଶାହିର ପତ୍ନୀ ରୁଚିକାଙ୍କ ବେବି ସାୱାର ହୋଷ୍ଟ କରିଥିଲେ । ଏହି ସମାରୋହରେ ଶାହିର ଏବଂ ରୁଚିକାଙ୍କ କେବଳ ନିକଟ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁବାନ୍ଧବ ହିଁ ସାମିଲ ହୋଇଥିଲେ । ଏହି ଇଭେଣ୍ଟର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା ।
ଗତବର୍ଷ ନଭେମ୍ବରରେ ଶାହିର ଏବଂ ରୁଚିକା ବିବାହ କରିଥିଲେ । ସିକ୍ରେଟ୍ ରୂପେ ଉଭୟଙ୍କ କୋର୍ଟ ମ୍ୟାରେଜ୍ ହୋଇଥିଲା । ରୁଚିକା କପୁର ବାଲାଜୀ ମୋଶନ୍ ପିକ୍ଚର ଲିମିଟେଡର ସିନିଅର ଭାଇସ୍ ପ୍ରେସିଡେଣ୍ଟ ଅଛନ୍ତି ଏବଂ କ୍ରିଏଟିଭ୍ ପ୍ରଡ୍ୟୁସର ଦାୟିତ୍ୱରେ ମଧ୍ୟ ସେ ଅଛନ୍ତି । ସେପଟେ ଶାହିର ମଧ୍ୟ ଟେଲିଭିଜନ ଦୁନିଆରେ ବେଶ୍ ପପୁଲାର । ନିକଟରେ ସେ ଲୋକପ୍ରିୟ ଟିଭି ଧାରାବାହିକ ପବିତ୍ର ରିସ୍ତାର ସିକ୍ୱେଲ ପବିତ୍ର ରିସ୍ତା-୨ରେ ନଜର ଆସିଛନ୍ତି । ଏଥିରେ ତାଙ୍କୁ ମାନବ ଚରିତ୍ରରେ ଦେଖିବାକୁ ମିଳିବ । ତାଙ୍କ ଅପୋଜିଟ୍ରେ ଅଙ୍କିତା ଲୋଖଣ୍ଡେ ଲିଡ୍ ରୋଲରେ ଅଛନ୍ତି । ଆସନ୍ତା ୧୫ ତାରିଖରେ ଏହି ସିରିଏଲ୍ର ପ୍ରିମିୟର ଜି-୫ ଓଟିଟି ପ୍ଲାଟଫର୍ମରେ ହେବ ।