ସଂକ୍ଷିପ୍ତ ସମ୍ବାଦ

୧- ୯ ଓଭରରେ ମ୍ୟାଚ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନକୁ ହରାଇ ପ୍ଲେ ଅଫ ଆଶା ବଜାୟ ରଖିଲା ।
୨- ୟୁକେକୁ ହକି ଇଣ୍ଡିଆର କଡ଼ା ଜବାବ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବନି ଭାରତୀୟ ହକି ଟିମ୍ ।
୩- କଂସାରିଗୁଡ଼ାରେ ହେବ ଦ୍ଵିତୀୟ ରିଫାଇନାରୀ କାରଖାନା; ଖର୍ଚ୍ଚ ହେବ ୧୧ ହଜାର କୋଟି, ନିଯୁକ୍ତି ପାଇବେ ୪୭୫୦ ।
୪- ନଦୀମ ଅଞ୍ଜୁମ ହେଲେ ପାକ୍ ଗୁଇନ୍ଦା ISIର ନୂଆ ମୁଖ୍ୟ, ସେନାମୁଖ୍ୟ ଦାବିଦାର ହୋଇପାରନ୍ତି ବିଦାୟୀ ଡିଜି .।
୫- ଲଖିମପୁର ମାମଲାରେ ଏଫଆଇଆର: ଗୃହ ରାଜ୍ୟମନ୍ତ୍ରୀ ଓ ତାଙ୍କ ପୁଅ ବିରୋଧରେ ଷଡଯନ୍ତ୍ର ରଚିଥିବା ଅଭିଯୋଗ ।
୬- ମୋ ସରକାର’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଶାରେ ଏକ ସର୍ବଜନ ହିତକାରୀ ସମାଜ ଗଠନକୁ ଆମେ ସୁନିଶ୍ଚିତ କରିବୁ ।
୭- ବିଏମସିର ଶୀତ ଦିନିଆ କରୋନା ଗାଇଡଲାଇନକୁ ବିରୋଧ । କ୍ୟାଟେରିଂ ଓ ଟେଣ୍ଟ ବ୍ୟବସାୟୀଙ୍କ ପ୍ରବଳ ପ୍ରତିବାଦ ।
୮- ଲକ୍ଷ୍ମୀପୁରରେ ଜବରଦସ୍ତ ପ୍ରବେଶ ନେଇ ପ୍ରିୟଙ୍କାଙ୍କ ବିରୋଧରେ କେସ ରୁଜୁ କଲା ପୋଲିସ । ସୀତାପୁରରେ ଗିରଫ ହେଲେ ପ୍ରିୟଙ୍କା, ଗେଷ୍ଟ ହାଉସ ହେଲା ଅସ୍ଥାୟୀ ଜେଲ ।
୯- କ୍ରୁଜ୍ ଡ୍ରଗ୍ସ ଲିଙ୍କ୍ ମାମଲା : ଓଡିଶାରୁ ୨ ଜଣଙ୍କୁ ଗିରଫ କଲା ଏନ୍ସିବି, ପୂର୍ବରୁ ଧରାପଡିଥିଲା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ।
୧୦- ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ, ଦୁଃଖ ଭରା ଆଖିରେ ତାଙ୍କୁ କୋଳେଇ ନେଲେ ବାଚସ୍ପତି ।
୧୧- ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ, ବ୍ୟବସାୟ ପାଲଟି ଗଲାଣି ଡାକ୍ତରୀ ପାଠ୍ୟକ୍ରମ ।
୧୨- ଏଣିକି ପ୍ରିପେଡ୍ ଲାଇନ୍, ଆଗ ରିଚାର୍ଜ କଲେ ଘରେ ଜଳିବ ବଲ୍ ।
୧୩- ଅକ୍ଟୋବର ୩୦ ସୁଦ୍ଧା ସରିବ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା, ୨୬ରେ ପ୍ରକାଶ ପାଇବ ଚୁଡାନ୍ତ ସଂରକ୍ଷଣ ତାଲିକା ।