Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର
ଶୀଘ୍ର ଆସିବ ‘କନ୍ୟା ସୁମଙ୍ଗଳ ଯୋଜନା’ର ଏସଓପି

ଭୁବନେଶ୍ୱର: ରାଜ୍ୟରେ ‘କନ୍ୟା ସୁମଙ୍ଗଳ ଯୋଜନା’ର ଏସଓପି (SOP) ଖୁବ ଶୀଘ୍ର ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ତାଙ୍କ କହିବା ଅନୁସାରେ, ଝିଅ ଜନ୍ମ ହେବା ପରେ ଏକ ବର୍ଷ ଭିତରେ ଶିଶୁର ବ୍ୟାଙ୍କ ଖାତାକୁ ସରକାର ପ୍ରଥମ ଆର୍ଥିକ ସହାୟତା ଜମା କରିବେ। ପର୍ଯ୍ୟାୟକ୍ରମେ ସହାୟତା ଦିଆଯାଇ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କା ଜମା ହୋଇଯିବ।
ଏସଓପି ଚୂଡାନ୍ତ ହେବା ପରେ ଯୋଜନାର ସଂପୂର୍ଣ୍ଣ ରୂପରେଖ ଓ ଲାଗୁ ହେବା ପ୍ରକ୍ରିୟା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷର ବଜେଟରେ ଏହି ଯୋଜନା ଘୋଷଣା ହୋଇଥିଲା। ଏହା ମୂଳତଃ ଏଜୁକେସନ ଭିତ୍ତିକ ଯୋଜନା ହୋଇ ଆର୍ଥିକ ଦୁର୍ବଳ ପରିବାରର ଝିଅମାନଙ୍କୁ ସ୍ନାତକ ପର୍ଯ୍ୟନ୍ତ ପଢ଼ା ଜାରି ରଖିବାରେ ସହାୟତା କରିବ।



