Breaking PLUSଦେଶମୁଖ୍ୟ ଖବରରାଜନୀତିସଂସଦ

ମହିଳା ସଂରକ୍ଷଣ ବିଲ୍ ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ, ୩ ଦିନ ଆଲୋଚନା

ନୂଆଦିଲ୍ଲୀ: ଦେଶରେ ମହିଳା ସଂରକ୍ଷଣ ବିଲ୍‌କୁ କେନ୍ଦ୍ର କରି ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ଏହି ଅଧିବେଶନ ପାଇଁ ୩ ଦିନ ସମୟ ଧାର୍ଯ୍ୟ କରାଯାଇଛି।

ସୂଚନା ଅନୁସାରେ, ଆସନ୍ତା ୧୬ ତାରିଖରୁ ଏହି ଅଧିବେଶନ ଆରମ୍ଭ ହେବ ଏବଂ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌ ଉପରେ ବିସ୍ତୃତ ଆଲୋଚନା ହେବ।

ସରକାର ମହିଳାଙ୍କ ପାଇଁ ଆଇନ ମାଧ୍ୟମରେ ଅଧିକ ରାଜନୈତିକ ପ୍ରତିନିଧିତ୍ୱ ନିଶ୍ଚିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନେଇଛି। ବିଶେଷତଃ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣକୁ ନଜରରେ ରଖି ଏହି ବିଲ୍‌ ଆଣାଯାଇଛି। ଏହି ସ୍ୱତନ୍ତ୍ର ଅଧିବେଶନକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ବଢ଼ିଛି ଓ ବିଲ୍‌ ପାସ୍‌ ହେବାକୁ ନେଇ ସମସ୍ତଙ୍କ ଦୃଷ୍ଟି ଏବେ ସଂସଦ ଉପରେ ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button