ମୁଖ୍ୟ ଖବରରାଜନୀତି

ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ, ୩ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ

ପଶ୍ଚିମବଙ୍ଗରେ ଦୁର୍ନୀତି ବିରୋଧରେ ଆକ୍ସନ ମୋଡ୍‌ରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ରାଜ୍ୟରେ ଘଟିଥିବା ୩ଟି ବଡ଼ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ପାଇଁ ସରକାର ଅନୁମୋଦନ ଦେଇଛନ୍ତି।

ଶିକ୍ଷକ ନିଯୁକ୍ତି ଦୁର୍ନୀତି, ପୌର ଦୁର୍ନୀତି ଓ ସମବାୟ ଦୁର୍ନୀତିକୁ ନେଇ ସିବିଆଇ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦୁର୍ନୀତି ଓ ସଂସ୍ଥାଗତ ଅନିୟମିତତା ବିରୋଧରେ ସରକାର “ଜିରୋ ଟଲରେନ୍ସ” ନୀତି ଗ୍ରହଣ କରିଛି।

ଶୁଭେନ୍ଦୁ ଆହୁରି କହିଛନ୍ତି, ସରକାରୀ ବ୍ୟବସ୍ଥାର ଅପବ୍ୟବହାର କରିଥିବା କୌଣସି ବ୍ୟକ୍ତିଙ୍କୁ ଛାଡ଼ାଯିବ ନାହିଁ ଏବଂ ସମସ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଉଲ୍ଲେଖଯୋଗ୍ୟ, ଏହି ୩ଟି ବଡ଼ ଦୁର୍ନୀତି ମାମଲାକୁ ନେଇ ପୂର୍ବତନ ମମତା ସରକାର ସମୟରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା।

Show More

Related Articles

Back to top button