ଦେଶମୁଖ୍ୟ ଖବର

ପୁଣି ମହଙ୍ଗାମାଡ଼, ବଢ଼ିଲା ଅମୂଲ କ୍ଷୀର ଦାମ

ସାଧାରଣ ଲୋକଙ୍କୁ ପୁଣି ମହଙ୍ଗାମାଡ଼ର ସମ୍ମୁଖୀନ ହେବାକୁ ପଡ଼ିଛି। ଦେଶର ଅଗ୍ରଣୀ ଦୁଗ୍ଧ ସମବାୟ ସଂସ୍ଥା ଅମୂଲ କ୍ଷୀର ଦାମ ବୃଦ୍ଧି କରିଛି। କମ୍ପାନୀ ପକ୍ଷରୁ ଲିଟର ପିଛା ୨ ଟଙ୍କା ଦର ବଢ଼ାଇବାକୁ ଘୋଷଣା କରାଯାଇଛି।

ଅମୂଲ ଦେଇଥିବା ସୂଚନା ଅନୁସାରେ, ଏହି ନୂତନ ଦର ସାରା ଦେଶରେ ସମାନ ଭାବରେ କାର୍ଯ୍ୟକାରୀ ହେବ। ମେ’ ୧୪ ତାରିଖରୁ ଗ୍ରାହକମାନେ ଖୁଚୁରା ବଜାର ଓ ଷ୍ଟୋରରେ ଅମୂଲ କ୍ଷୀର କିଣିବାବେଳେ ବୃଦ୍ଧି ପାଇଥିବା ନୂତନ ଦର ଦେବାକୁ ପଡ଼ିବ।

କ୍ଷୀର ଦାମ ବୃଦ୍ଧି ପରେ ପ୍ରତି ଲିଟରରେ ପ୍ରାୟ ୨.୫ ରୁ ୩.୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଖର୍ଚ୍ଚ ହେବ। ଏହାର ସିଧା ପ୍ରଭାବ ସାଧାରଣ ପରିବାରର ମାସିକ ବଜେଟ୍ ଉପରେ ପଡ଼ିବ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଅମୂଲ ପୂର୍ବରୁ ୨୦୨୫ ମଇ ୧ ତାରିଖରେ କ୍ଷୀର ଦାମ ବୃଦ୍ଧି କରିଥିଲା।

Show More

Related Articles

Back to top button