Breaking PLUSଓଡ଼ିଶାମୁଖ୍ୟ ଖବର

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ। ଏନେଇ ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ ଦିଆଯାଉଛି। ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି । ଶୁକ୍ରବାର ଠାରୁ ମାଲକାନଗିରିରେ ଯାଞ୍ଚ ଆରମ୍ଭ ହେବ।
ସୂଚନାନୁଯାୟୀ, ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ବୋଲି ନଭେମ୍ବର ୨୬ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୮ ମହିଳା ଦିବସରେ ୨ୟ କିସ୍ତି ‘ସୁଭଦ୍ରା’ ଟଙ୍କା ମିଳିବ । ତେଣୁ ମାର୍ଚ୍ଚ ୭ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । କେହି ଆବେଦନ ପାଇଁ ଭିଡ ଜମାଇବା ଦରକାର ନାହିଁ । ଏଯାଏଁ ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଲାଣି। ୧ କୋଟି ୪୬ ଲକ୍ଷ ଏଯାବତ ପଞ୍ଜିକରଣ କରି ସାରିଛନ୍ତି ।
ବଣ୍ଡା ଘାଟିରେ ‘ସୁଭଦ୍ରା’ ଅପହଞ୍ଚ ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଅଧିକ ଟଙ୍କା ପାଇ ସାରିଛନ୍ତି । ଆବେଦନ ସମସ୍ୟା ନେଇ ଅନ୍ୟମାନେ ପାଇବା ବିଳମ୍ବ ହୋଇଛି। ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ପାଖରେ ପହଞ୍ଚିବେ । ଯାହା ସମସ୍ୟା ରହିଛି, ତାହାକୁ ସରକାରୀ ଅଧିକାରୀ ଦୂର କରିବେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button