Breaking PLUSଦେଶମୁଖ୍ୟ ଖବର

ପାକିସ୍ତାନୀ ସେନା ଉପରେ ଆତ୍ମଘାତୀ ଆକ୍ରମଣ

ପାକିସ୍ତାନ- ପାକିସ୍ତାନୀ ସେନା ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ବାଲୋଚ ଲିବରେସନ ଆର୍ମି(ବିଏଲଏ)ର ଫିଦାୟୀ ୟୁନିଟ ଦ୍ବାରା କରାଯାଇଥିବା ଏହି ଆକ୍ରମଣରେ ୪୭ ଜଣ ପାକ୍ ସୈନ୍ୟ ନିହତ ହୋଇଛନ୍ତି। ବାଲୋଚିସ୍ତାନର ଟର୍ବାଟ ନିକଟରେ ଗତ ଶନିବାର ଏହି ଆକ୍ରମଣ କରାଯାଇଛି।ପାକ୍ ସେନାର ଏକ କାରକେଡ କରାଚିରୁ ଟର୍ବାଟ ଯାଉଥିଲା। ଏଥିରେ ସେନାର ୭ଟି ଗାଡ଼ି ଏବଂ ୫ଟି ବସ ରହିଥିଲା। ଶନିବାର ଅପରାହ୍ନ ପ୍ରାୟ ୫ଟା ୪୫ରେ ବିଏଲଏର ଫିଦାୟୀ ୟୁନିଟ ସଦସ୍ୟ କାରକେଡ ସାମ୍ନାକୁ ଆସି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ। ଆକ୍ରମଣକାରୀ ଫିଦାୟୀ ସଙ୍ଗତ ବିାହାର ଅଲି ବୋଲି ଚିହ୍ନଟ ହୋଇଛି। ଏହି ବିସ୍ଫୋରଣରେ ୪୭ ସୈନ୍ୟ ପ୍ରାଣ ହରାଇଥିବାବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button