
ଭୁବନେଶ୍ୱର :ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳଙ୍କ। ଉଭୟ ମୃତକ ସ୍ୱାମୀ, ସ୍ତ୍ରୀ ଭାବେ ଗୋଟିଏ ଘରେ ରହି ଆସୁଥିଲେ। ମୃତ ମାନେ ହେଲେ ସୋମନାଥ ସାହୁ ଓ ସୁଲୋଚନା ନାୟକ। ଆଜି ଘଟିଥିବା ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଲୋଚନା ଜୋର ହେଉଛି।ପୁରୁଷ ଜଣଙ୍କ ତାଙ୍କ ପତ୍ନୀଙ୍କୁ ଓ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଦୁହେଁ ଏକାଠି ରହୁଥିଲେ। ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ। ପାରିବାରିକ କଳହ ପାଇଁ ଦୁହେଁ ବିଷ ପିଇ ଦେଇଥିବା ସୂଚନା ମିଳିଛି। ଗଲା କିଛି ଦିନ ହେଲା ଫୁଲେଶ୍ଵରି ବସ୍ତିରେ ଦୁହେଁ ରହିବା ପରେ, ସୋମନାଥଙ୍କ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଅସନ୍ତୋଷ ଓ ମାନସୀକ ଅଶାନ୍ତି ବଢ଼ିଥିଲା। ଆଉ ଶେଷରେ ସୋମନାଥ ଓ ସୁଲୋଚନା ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ AIIMS କୁ ନିଆଯାଇଥିଲା। ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି।