Breaking PLUSଓଡ଼ିଶାମୁଖ୍ୟ ଖବର

ଫେବୃୟାରୀରୁ ଟାଇଁ ଟାଇଁ ଖରା

ଭୁବନେଶ୍ୱର- ଫେବୃଆରୀ ଦ୍ବିତୀୟ ସପ୍ତାହରୁ ରାଜ୍ୟରେ ଅସମ୍ଭାଳ ଖରା ହେଲାଣି। ବୁଧବାର ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରାଜ୍ୟରେ ସବୁଠୁ ଅଧିକ ୩୭ ଡିଗ୍ରୀ ରେକର୍ଡ଼ କରାଯାଇଛି। ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ଭଦ୍ରକରେ ୩୬.୧, ବଲାଙ୍ଗିରରେ ୩୬, ଅନୁଗୋଳରେ ୩୫.୭, ଭବାନୀପାଟଣା, ପାରଳାଖେମୁଣ୍ଡି ଏବଂ ଟିଟିଲାଗଡ଼ରେ ୩୫.୫ ଡିଗ୍ରୀ ଲେଖାଏଁ, ସୁବର୍ଣ୍ଣପୁରରେ ୩୫.୩, ମାଲକାନଗିରି, ବରଗଡ଼ରେ ୩୫.୨ ଡିଗ୍ରୀ, ଭୁବନେଶ୍ବରରେ ୩୪.୮ ଏବଂ କଟକରେ ୩୩.୨ ଡିଗ୍ରୀ ରେକର୍ଡ଼ ହୋଇଛି। ଅନ୍ୟପକ୍ଷରେ ରାତିର ସର୍ବନିମ୍ନ ତାପମାତ୍ରା ଆସନ୍ତା ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Show More

Related Articles

Back to top button