Breaking PLUSଓଡ଼ିଶାମୁଖ୍ୟ ଖବର
ପରଲୋକରେ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବା
ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମର ସ୍ରଷ୍ଟା ସୁର ବାବା ଓରଫ ସୁରେନ୍ଦ୍ର ନାଥ ମିଶ୍ର ଆଉ ନାହାନ୍ତି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବିବାର ରାତି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ସୁର ବାବାଙ୍କ ପରଲୋକ ପରେ ଆଶ୍ରମରେ ଏକ ଶୋକର ଛାୟା ଖେଳିଯାଇଛି । ସୁର ବାବାଙ୍କ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ମହଲ ଦେଖାଯାଇଛି ।

ସୂଚନାଯୋଗ୍ୟ, ଆଶ୍ରମ କେଳେଙ୍କାରୀ ନେଇ ସୁରବାବା ୨୦୧୫ ମସିହାରେ ଗିରଫ ହୋଇଥିଲେ । ତାଙ୍କ ନାଁରେ ଗୁରୁତର ଅଭିଯୋଗ ଆସିଥିଲା । ବାବାଙ୍କ ନାଁରେ ଯୌନ ନିର୍ଯାତନା ମାମଲା ମଧ୍ୟ ରୁଜୁ ହୋଇଥିଲା । କୋଟି କୋଟି ଟଙ୍କାର ମାଲିକ ହୋଇଥିବା ସୁର ବାବାଙ୍କ ନାଁରେ ବାଲିପାଟଣା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହା ପରେ ସୁର ବାବା ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ଦୀର୍ଘ ୨୭ ମାସ ପର୍ଯ୍ୟନ୍ତ ରହିବା ପରେ ୨୦୧୭ ଡିସେମ୍ବର ୩ରେ ଆଶ୍ରମକୁ ଫେରିଥିଲେ ।